ଜାତକରେ ଚନ୍ଦ୍ରମା ଦୁର୍ବଳ ଥିଲେ କରନ୍ତୁ ଏହି ପ୍ରତିକାର

29

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିର ଭାଗ୍ୟ ତାର ଭୂମିଷ୍ଠ ହେବI ପୂର୍ବରୁ ସ୍ଥିର ହୋଇଥାଏ I ଏହା ସହିତ ଜନ୍ମ ପରେ, ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ, ସେହି ବ୍ୟକ୍ତିର ଗ୍ରହ ଏବଂ ନକ୍ଷତ୍ରଗୁଡିକର ଗତି ଅନୁସାରେ ରାଶିଫଳ ତିଆରି ହୁଏ I ଶାସ୍ତ୍ର ଅନୁଯାୟୀ, ଯଦି ରାଶିଫଳରେ କିଛି ଶୁଭ ଯୋଗ ଥାଏ, ତେବେ ଜଣେ ବ୍ୟକ୍ତି ରାଜଯୋଗ ପ୍ରାପ୍ତ ହୋଇଥାଏ , କିନ୍ତୁ କିଛି ଦୁର୍ବଳ ଗ୍ରହ ଯୋଗୁଁ ଜଣେ ବ୍ୟକ୍ତିଙ୍କୁ ଜୀବନସାରା ସଂଘର୍ଷ କରିବାକୁ ପଡିଥାଏ ଏବଂ ସାରା ଜୀବନ ଅନେକ ପରିଶ୍ରମ ସତ୍ତ୍ୱେ ସଫଳତା ମିଳି ନ ଥାଏ I ଆହୁରି ମଧ୍ୟ, କେତେକ ଗ୍ରହର ତ୍ରୁଟି ଯୋଗୁଁ ବ୍ୟକ୍ତି ର ଜୀବନ ରେ ପ୍ରାୟ ସମୟ ଶାରୀରିକ ଅସୁସ୍ଥତା ଦେଖାଦେଇଥାଏ I
ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ମନର କାରକ ବୋଲି କୁହାଯାଏ। ଯଦି ବ୍ୟକ୍ତି ର ଜାତକ ରେ ଚନ୍ଦ୍ର ଅଶୁଭ ସ୍ଥାନ ରେ ଥାଏ , ତେବେ ବ୍ୟକ୍ତିଙ୍କୁ ମାନସିକ ସମସ୍ୟା, ନିଦ୍ରା ଅଭାବ, ନିଷ୍ପତ୍ତି ନେବାରେ ଅସୁବିଧା ଭଳି ସମସ୍ୟାର ସାମ୍ନା କରିବାକୁ ପଡିବ I ଏଥି ସହିତ, ସେ ମାନସିକ ସ୍ତରରେ ବିଚଳିତ ହେବା ସହିତ ଡିପ୍ରେସନ ର ଶିକାର ହୁଅନ୍ତି I

ଦୁର୍ବଳ ଚନ୍ଦ୍ର ଏହି ରୋଗର ଶିକାର ହୁଅନ୍ତି
କୌଣସି ବ୍ୟକ୍ତିର ରାଶିରେ ଥିବା ଚନ୍ଦ୍ର ଶରୀରରେ ଜଳ ସମ୍ବନ୍ଧୀୟ ରୋଗ ସୃଷ୍ଟି ହୋଇଥାଏ I ଯଥା ବ୍ଲାଡର ରୋଗ, ମଧୁମେହ, ଅନିଦ୍ରା, ଦୃଷ୍ଟି କମଜୋର , ବାଚାଳାମି , କ୍ଷଣକୋପୀ, ଜଣ୍ଡିସ, ମାନସିକ ଯନ୍ତ୍ରଣା, ମାନସିକ ଥକ୍କା, ଆଜମା, ଫୁସଫୁସ ରୋଗ ହୋଇପାରେ I ଥଣ୍ଡା, କାଶ, ଜ୍ୱରରେ ପୀଡିତ ରହିଥାଏ। ବ୍ଲଡ ପ୍ରେସର ବଢିଯାଏ।

ଆସନ୍ତୁ ଜାଣିବା ଜାତକ ରେ ଚନ୍ଦ୍ରମା ଦୁର୍ବଳ ରହିଲେ କଣ ପ୍ରତିକାର କରାଯାଇ ପାରିବ

– ନିୟମିତ ଭାବେ ବରଗଛରେ ପାଣି ଦିଅନ୍ତୁ ଓ ପୂଜା କରନ୍ତୁ।
– ଜ୍ୟୋତିଷଙ୍କ ପରାମର୍ଶ ଅନୁସାରେ ମୋତି ଧାରଣ କରନ୍ତୁ।
– ଚନ୍ଦ୍ରମା ମଜବୁତ କରିବା ପାଇଁ ହାତରେ ରୁପା କଡା, ମୁଦି, ରୁପା ଚେନ କିମ୍ବା ପାଉଁଜି ପିନ୍ଧନ୍ତୁ।
– ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନାହିଁ।
– ପୂର୍ଣ୍ଣିମା ଦିନ ଶିବଙ୍କୁ କ୍ଷୀର ଏବଂ ରାବିଡି ଭୋଗ ଲଗାନ୍ତୁ।
– ଘର ତିଆରି କରିବା ବେଳେ କିଛି ରୂପା ଦେଇ ତା’ ଉପରେ ଘର ତିଆରି କରନ୍ତୁ।
– ଯେଉଁ ଖଟରେ ଶୋଉଛନ୍ତି, ତାର ଚାରି ଗୋଡରେ ରୂପା କଣ୍ଟା ଲଗାଇଲେ ଲାଭ ମିଳେ।
– ମାତୃପକ୍ଷରୁ ରୁପା ଜିନିଷ ଗିଫ୍ଟ ମିଳିଲେ ମଧ୍ୟ ଲାଭ ମିଳିଥାଏ।
– ସୋମବାର ଦିନ ପିଲାଙ୍କୁ କ୍ଷୀର ପିଇବାକୁ ଦିଅନ୍ତୁ।
– ରାତିରେ କ୍ଷୀର ପିଅନ୍ତୁ ନାହିଁ।
– ରୁପାର ଅଣ୍ଟାବିଛା ପିନ୍ଧନ୍ତୁ କିମ୍ବା ରୁପା ଜିନିଷ ପର୍ସରେ ରଖନ୍ତୁ।


Comments are closed, but trackbacks and pingbacks are open.