ଶନିବାର ଦିନ କରନ୍ତୁ’ରସୁଣ ର ତୁଟୁକା’

20


ସାଧାରଣତ ଲୋକମାନେ ବିଭିନ୍ନ ପ୍ରକାର ଖାଦ୍ୟ ର ସୁଆଦ ବଢାଇବା ପାଇଁ ରସୁଣ ବ୍ୟବହାର କରନ୍ତି I ବର୍ତ୍ତମାନ ଡାକ୍ତର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ରସୁଣ ଖାଇବାକୁ ପରାମର୍ଶ କରୁଛନ୍ତି I ଆପଣ ଜାଣି ନ ଥିବେ ରସୁଣ କେବଳ ସ୍ୱାଦ କିମ୍ବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ, ବରଂ ଏହାର ପ୍ରୟୋଗ ଆପଣ ସଠିକ ଭାବରେ କଲେ ଆପଣଙ୍କୁ ଆର୍ଥିକ ଲାଭ ମଧ୍ୟ ଦେଇଥାଏ ଇ ତେବେ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ :

ଏହା ଅର୍ଥନୈତିକ ପ୍ରଗତି ସହିତ ଟେନସନ ସାଙ୍ଗକୁ ରୋଗରୁ ମୁକ୍ତି ବି ଦେଇଥାଏ I

ଆଜିକାଲି ଅର୍ଥନୈତିକ ପ୍ରଗତି କରିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ I କିନ୍ତୁ ଅନେକ ଲୋକ ବହୁତ ପରିଶ୍ରମ କରିବା ପରେ ମଧ୍ୟ ଅର୍ଥନୈତିକ ଅଗ୍ରଗତି କରିବାକୁ ସକ୍ଷମ ହେଇ ନ ଥାନ୍ତି I ଏହା ବ୍ୟତୀତ ଯେତେ ଧନ ଅର୍ଜନ କଲେ ମଧ୍ୟ ଏହା ହାତରେ ରହି ନ ଥାଏ I ଯଦି ଏହି ଭଳି କିଛି ସମସ୍ୟା ଆପଣଙ୍କ ସହିତ ଘଟୁଥାଏ , ତେବେ ଶୀଘ୍ର କରନ୍ତୁ ‘ରସୁଣ ର ଏହି ତୁଟୁକା‘ I ଲାଲ କିତାବରେ ଉଲ୍ଲେଖ କରାଯାଇଥିବା ରସୁଣର କିଛି ବିଶେଷ ପଦ୍ଧତି ଖାଲି ଟେନସନକୁ ଦୂର କରେ ନାହିଁ, ବରଂ ଧନ ଲାଭ ପାଇଁ ସହାୟକ ହୋଇଥାଏ I

ଲାଲ କିତାବ ରେ ଉଲ୍ଲେଖ ଅନୁଯାୟୀ, ଆପଣ ଶନିବାର ଦିନ ରସୁଣର ଏକ ପାଖୁଡା କୁ ଟଙ୍କା ପର୍ସରେ ରଖିବା ଦ୍ୱାରା କଦାପି ଟଙ୍କା ର ଅଭାବ ରହିବ ନାହିଁ ତା ସହିତ ବଦ ଖର୍ଚ୍ଚ କୁ ମଧ୍ୟ ଏଡାଇଥାଏ I

ଯଦି ଘରେ ଆପଣଙ୍କର ଖର୍ଚ୍ଚର କୌଣସି ହିସାବ ରହୁ ନ ଥାଏ କିମ୍ବା ଯେତେ ଅର୍ଜନ କଲେମଧ୍ୟ ହାତରେ ପଇସା ଟିଏ ବି ରହୁନ ଥାଏ ତେବେ ଶନିବାର ଦିନ ଆପଣ ଏକ ଛୋଟ ଲାଲ କପଡ଼ାରେ ୩ ଟି ପାଖୁଡା ରସୁଣ ଓ ଲବଙ୍ଗକୁ ବାନ୍ଧି ନିଜ ପର୍ସ ନ ହେଲେ ଆଲମିରାରେ ରଖନ୍ତୁ ଏହା ଧନ ସମ୍ବନ୍ଧୀୟ ଖର୍ଚ୍ଚାନ୍ତ କୁ ରୋକି ଆର୍ଥିକ ସ୍ଥିରତା ଦେଇଥାଏ

ଶନିବାର ସନ୍ଧ୍ୟା ସମୟରେ ଆପଣ ଶନି ମନ୍ଦିର ରୁ ଆସି ଏକ ଲାଲ କପଡ଼ାରେ ୨ ଟି ରସୁଣ କୁ ବାନ୍ଧି ଏକ ପୁଟୁଳି କରନ୍ତୁ ଏହା ପରେ,ଘର ଭିତରେ କେଉଁଠି ପୋତି ରଖନ୍ତୁ I ଆର୍ଥୀକ ସ୍ଥିରତା ପାଇଁ ଏହା ମଧ୍ୟ ଏକ ଉପାୟ I

ଘରର ସୁଖ ଏବଂ ଶାନ୍ତି ପାଇଁ ଶନିବାର ଦିନ ଏକ ବାଡ଼ିରେ ରସୁଣ ର ୭ ଟି ପାଖୁଡା ଗୁନ୍ଥି ଦିଅନ୍ତୁ I ଏହାପରେ ଏହି ବାଡ଼ି କୁ ଘର ର ଅଗଣା କିମ୍ବା ଛାତ ଉପରେ ଟାଙ୍ଗି ଦିଅନ୍ତୁ ଏହା ଦ୍ୱାରା ଘରକୁ ନଜର ନ ଲାଗିବା ସହିତ ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ I

ବ୍ୟବସାୟ ପ୍ରତିଷ୍ଠାନ ରେ ରସୁଣ ର ପ୍ରୟୋଗ ଅତି ଚମତ୍କାର ଫଳ ଦେଇଥାଏ I କୌଣସି ଶନିବାର ଦିନ ଆପଣ ଦୋକାନ କିମ୍ବା ଫ୍ୟାକ୍ଟ୍ରି ର ମୁଖ୍ୟଦ୍ଵାରରେ ୫ ଟି ରସୁଣ ପାଖୁଡାକୁ ଏକ ଲାଲ କପଡ଼ାରେ ବାନ୍ଧି ଟାଙ୍ଗି ଦିଅନ୍ତୁ I ଏହାଦ୍ୱାରା ବ୍ୟାପାର ରେ ଆସୁଥିବା ଆର୍ଥିକ ବାଧା ଦୂର ହେବI ସାଙ୍ଗକୁ ବ୍ୟବସାୟ ବଢିଥାଏ I

ଘରେ ଯଦି ପିଲା ବାରମ୍ବାର ଅସୁସ୍ଥ ହେଉଥାଏ ତେବେ ଶନିବାର ଦିନ ପିଲା ଉପରେ ସାତ ଟି ରସୁଣ ର ପାଖୁଡ଼ା ତା ସହିତ ୫ ଟି ଲାଲ ଶୁଖିଲା ଲଙ୍କା ଏକାଠି ପିଲା ଉପରେ ବୁଲାଇ ନଜର ଉତାରି ଆଣନ୍ତୁ ଏହାପରେ ଏହାକୁ ନେଇ ଘର ର ବାହାରେ ଜଳାଇ ଦିଅନ୍ତୁ I ଏହା ଦ୍ୱାରା ପିଲାର ନଜର ଦୋଷ ହଟିବା ସହିତ ଜଲ୍ଦି ଶରୀର ଭଲ ହୋଇଥାଏ I

Leave A Reply

Your email address will not be published.