ପଦୋନ୍ନତି ପାଇବା ପାଇଁ କରନ୍ତୁ ଏହି ଉପାୟ

0 30

ଚାକିରୀ କ୍ଷେତ୍ରରେ ସମସ୍ତେ ଚାହିଁ ଥାନ୍ତି ପଦୋନ୍ନତି ପାଇ ଅଧିକ ଉପର୍କୁ ଯିବା ପାଇଁ I କିନ୍ତୁ ସବୁ କ୍ଷେତରେ ଏହା ସମ୍ଭବ ହୋଇ ନ ଥାଏ I ଅନେକ ଥର ଲୋକମାନେ କଠିନ ପରିଶ୍ରମ କରିବା ଏବଂ ଆବଶ୍ୟକ ଯୋଗ୍ୟତା ଥାଇ ମଧ୍ୟ ପଦୋନ୍ନତି-ବୃଦ୍ଧି ପାଇବାକୁ ବଞ୍ଚିତ ହୁଅନ୍ତି | ଅଫିସ୍ ରାଜନୀତି, କିମ୍ବା ବସ୍ ଙ୍କ ସହିତ ନ ପଡିବା କାରଣ ଏହା ପଛରେ ଦାୟୀ ହୋଇପାରେ I ଏହା ବ୍ୟତୀତ ବ୍ୟକ୍ତି ଙ୍କ ରାଶି ର ଗ୍ରହ, କିମ୍ବା ବାସ୍ତୁ ତ୍ରୁଟି ଇତ୍ୟାଦି ହେତୁ ପଦୋନ୍ନତି ପାଇବାରେ ବାଧା ଆସିଥାଏ Iଏହିପରି ବାଧାବିଘ୍ନ ଦୂର କରିବା ପାଇଁ କେତେକ ଜ୍ୟୋତିଷ ଅତ୍ୟନ୍ତ ଉପଯୋଗୀ ଉପଚାର ବିଷୟରେ କହିଛନ୍ତି I

ପଦୋନ୍ନତି ପାଇଁ ପ୍ରଭାବଶାଳୀ ଉପାୟ
ସୂର୍ଯ୍ୟ ଙ୍କ ଉପାସନା: ସଫଳତା ଏବଂ ପ୍ରଗତି ପାଇବାକୁ ହେଲେ ସୂର୍ଯ୍ୟ ଙ୍କ ଆଶୀର୍ବାଦ ବ୍ୟକ୍ତିଙ୍କ ଉପରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଇ ଜାତକ ଙ୍କ ର ସୂର୍ଯ୍ୟଙ୍କ କ୍ଷେତ୍ର ଉଚ୍ଚରେ ରହିଲେ ବ୍ୟକ୍ତି ଙ୍କ ଧନ ,ମାନ, ନାମ-ଖ୍ୟାତି ସମୃଦ୍ଧି ପ୍ରଦାନ କରେ I ଯଦି ଆପଣ ଙ୍କ ର ବୃତ୍ତିଗତ ଜୀବନ ରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛି , ତେବେ ଆପଣ ପ୍ରତିଦିନ ସକାଳେ ଗାଧୋଇ ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ଆରମ୍ଭ କରନ୍ତୁ I ଆପଣଙ୍କର କିଛି ଦିନ ଭିତରେ, ପଦୋନ୍ନତି ନିହାତି ଆସିବ I ଯଦି ସମ୍ଭବ ହୁଏ ପ୍ରତିଦିନ ଆଦିତ୍ୟ ସ୍ତୋତ୍ର ପାଠ କରନ୍ତୁ ଅଥବା ଶୁଣନ୍ତୁ I

ଶନି ଦେବଙ୍କ ଉପାସନା: କ୍ୟାରିୟରରେ ଅଗ୍ରଗତି ପାଇଁ ଶନି ଦେବଙ୍କ କୃପା ମଧ୍ୟ ଆବଶ୍ୟକ I ଜାତକ ରେ ଯଦି ଶନି ଦେବ ପ୍ରସନ୍ନ ହୁଅନ୍ତି, ତେବେ ବ୍ୟକ୍ତି ଙ୍କୁ ଚତୁର୍ଦିଗରୁ ଉନ୍ନତି ପାଆନ୍ତି I ଏଥିପାଇଁ ପ୍ରତ୍ୟେକ ଶନିବାର ଦିନ ଶନି ମନ୍ଦିରକୁ ଯାଆନ୍ତୁ ଏବଂ ରାଶି ତେଲ ର ଏକ ଦୀପ ଜାଳନ୍ତୁ I ଏହା ବାଦ ମନ୍ଦିର ରେ କିମ୍ବା ଘରେ ଥିବା ଅଶ୍ୱସ୍ଥ ଗଛ ତଳେ ଏକ ଦୀପ ଜଳାନ୍ତୁ I

ଗରିବ ଲୋକଙ୍କୁ ଖାଦ୍ୟ ଦିଅନ୍ତୁ : ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଗ୍ରହକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ କାରଣ ଏହି ଗ୍ରହର ଶକ୍ତି ବ୍ୟକ୍ତି ଙ୍କ ର ଭାଗ୍ୟ ବୃଦ୍ଧି କରିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଦେଇଥାଏ I ପଦୋନ୍ନତି ପାଇବା ପାଇଁ ଗୁରୁବାର ଦିନ ହଳଦିଆ ଜିନିଷ ଦାନ କରନ୍ତୁ I ଏବଂ ଘରେ ହଳଦିଆ ଖାଦ୍ୟ ଖିଚିଡି କିମ୍ବା ବେସନ ଲଡୁ ପ୍ରସ୍ତୁତ କରି ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ I

ହନୁମାନ ଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ: ସଂକଟମୋଚକ ହନୁମାନ ଙ୍କୁ ପୂଜା କରିବା ଦ୍ୱାରା ମଣିଷ ର ପ୍ରତ୍ୟେକ ଅସୁବିଧାକୁ ଦୂର ହୋଇ ଥାଏ ଏବଂ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ଚାକିରିରେ ପଦୋନ୍ନତି ପାଇଁ, ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଙ୍କ ସମ୍ମୁଖରେ ଶୁଦ୍ଧ ଘିଅ ର ଦୀପ ଲଗାନ୍ତୁ ଏବଂ ସିନ୍ଦୁର ଅର୍ପଣ କରନ୍ତୁ I ଏହା ସହିତ ହନୁମାନ ଚାଳିଶା ପାଠ କରନ୍ତୁ ଏହା ଆପଣଙ୍କ ର ପଦୋନ୍ନତି ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ହେବ I

Leave A Reply

Your email address will not be published.