ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ

25

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ମିଳିଛି ହତ୍ୟା ଧମକ I ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ଏକ ଅଜ୍ଞାତ ନମ୍ବରରୁ ଏକ ଫୋନ୍ କଲ ଆସିଛି। କଲ୍ କରୁଥିବା ବ୍ୟକ୍ତି ନିଜକୁ ଏକ ନମ୍ବର ଆତଙ୍କବାଦୀ ବୋଲି ବର୍ଣ୍ଣନା କରିବା ସହ କୌଣସି ଦୁର୍ଘଟଣା ଘଟିବ ବୋଲି ମଧ୍ୟ ସୂଚନା ଦେଇଛି । ଖବର ପାଇବା ପରେ ପୁଲିସ ସଜାଗ ହୋଇପଡିଛି। ପୂରା ମାମଲାର ଯାଞ୍ଚ ଆରମ୍ଭ କରିଛି ପୁଲିଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ :୩୦ ରେ ୮ ଥର ଏହି କଲ ଆସିଥିଲା ​​I ଏ ସମ୍ପର୍କରେ ଡାକ୍ତରଖାନା ପ୍ରଶାସନ ଏକ ଆନୁଷ୍ଠାନିକ ରିପୋର୍ଟ ଦାଖଲ କରିଛି। ଏକ ଜାତୀୟ ନ୍ୟୁଜ ରିପୋର୍ଟ ଅନୁଯାୟୀ ଡାକ୍ତରଖାନାକୁ ମୋଟ ଆଠଟି କଲ କରାଯାଇଥିଲା। ଡିବି ମାର୍ଗ ଷ୍ଟେସନର ପୋଲିସ ଏହି କଲ୍ ଯାଞ୍ଚ ଆରମ୍ଭ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କଲ୍ କରୁଥିବା ବ୍ୟକ୍ତି ଜଣେ ମାନସିକ ରୋଗୀ। ଏହି ସମୟରେ ‘ଆଣ୍ଟିଲିଆ’ ବାହାରେ ପୋଲିସ ପହରା କଡାକଡି କରିବା ସହ ‘ଆଣ୍ଟିଲିଆ’ ର ସିକ୍ୟୁରିଟି ଷ୍ଟାଫ ସଂଖ୍ୟା ବଢ଼ାଇ ଦିଆଯାଇଛି I ପୁଲିସ ଫୋନ୍‌ ଆସିଥିବା ନମ୍ବରକୁ ଟ୍ରେସ୍‌ କରିବାକୁ ଚେଷ୍ଟା କରୁଛି। ସେପଟେ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଛି। ଫୋନ୍ କଲରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀଙ୍କୁ ଦେଖିବା ପାଇଁ ସେ ଧମକ ଦେଉଥିଲେ। ଏଥି ସହ ସେ ଫୋନ୍ କଲରେ ଏନଆଇଏ, ଏଟିଏସ୍, ମୁମ୍ବାଇ ପୋଲିସର ଦୁର୍ବ୍ୟବହାର କରିଥିଲେ।

ଏହାପୂର୍ବରୁ ଗତ ବର୍ଷ ଫେବୃଆରୀରେ ମୁକେଶ ଅମ୍ବାନୀଙ୍କ ଘର ବାହାରେ ସନ୍ଦେହଜନକ ଅବସ୍ଥାରେ ବିସ୍ଫୋରକ ଭର୍ତ୍ତି ଏକ ଏସୟୁଭି କାର ଉଦ୍ଧାର କରାଯାଇଥିଲା। ମହାରାଷ୍ଟ୍ର ଏଟିଏସ୍ ଓ ଏନଆଇଏ ସେହି ମାମଲାର ତଦନ୍ତ ଜାରି ରଖିଛି I

ଚଳିତ ବର୍ଷ ଜୁଲାଇରେ କେନ୍ଦ୍ର ସରକାରଙ୍କ ତରଫରୁ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ଦିଆଯାଇଥିବା ସୁରକ୍ଷା ରକ୍ଷଣାବେକ୍ଷଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ବାବଦରେ ତ୍ରିପୁରା ହାଇକୋର୍ଟରେ ଦାଖଲ ହୋଇଥିବା ପିଏଲଏର ଶୁଣାଣି ସ୍ଥଗିତ ଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିଷ୍ପତ୍ତି ଦେଇଛନ୍ତି।

Comments are closed, but trackbacks and pingbacks are open.