ଏମ୍‌ବିବିଏସ୍ ଓ ବିଡିଏସ୍ ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ

68

ଭୁବନେଶ୍ୱର: ଏମବିବିଏସ ଓ ବିଡିଏସ ନାମଲେଖା ପାଇଁ ଆଜି(ଶୁକ୍ରବାର)ଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଯେଉଁ ପ୍ରାର୍ଥୀମାନେ ନିଟ୍ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି ସେମାନେ କେବଳ ଏମବିବିଏସ ଓ ବିଡିଏସ୍ ନାମଲେଖା ପାଇଁ ପଞ୍ଜୀକରଣ କରିପାରିବେ । ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀମାନେ ଏନ୍‌ଆରଆଇ କୋଟାରେ ନାମ ଲେଖାଇବାକୁ ଆବେଦନ ମଧ୍ୟ କରିପାରିବେ । ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୧୦ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନରେ ପଞ୍ଜୀକରଣ କରିପାରିବେ । ସେମାନେ ନିଜର ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅନ୍‌ଲାଇନରେ ଅପଲୋଡ୍ କରିବା ସହ ଫି’ ଦାଖଲ ମଧ୍ୟ କରିବେ । ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଅକ୍ଟୋବର ୧୮ ତାରିଖରେ ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶିତ ପାଇବ । ଆବଶ୍ୟକ ସ୍ଥଳେ ଛାତ୍ରଛାତ୍ରୀ ଓଜେଇଇ ୱେବ୍ ସାଇଟରୁ ସମ୍ପୂର୍ଣ ତଥ୍ୟ ଜାଣିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.