ରେଢ଼ାଖୋଲ : ରୋହିତ ଙ୍କ ପାଇଁ ସମ୍ମାନ ର ପ୍ରଶ୍ନ

22

ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ଥିବା ୭ ଜିଲ୍ଲା ପରିଷଦ ପାଇଁ ବିଜେଡି ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀଙ୍କ ପାଇଁ ବଡ଼ ଚାନେଞ୍ଜ ହୋଇଛି I ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି ଏହି ୭ ଟି ଆସନରୁ ସମୁଦାୟ ୫ ଟି ହାତେଇଥିଲା I ସେହିପରି ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପିକୁ ମାତ୍ର ୨ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ଇI କିନ୍ତୁ ପରବର୍ତ୍ତୀ ୫ ବର୍ଷ ମଧ୍ୟରେ ବିଜେପି ଏଠାରେ ନିଜର ସାଙ୍ଗଠନିକ ଶକ୍ତି ବୃଦ୍ଧି କରି ୨୦୧୭ ପଂଚାୟତ ନିର୍ବାଚନ ରେ ବିଜେଡି ହାତରୁ ଆଉ ୨ଟି ଗୁରୁତ୍ତ୍ୱପୂର୍ଣ୍ଣ ଆସନ ଛଡାଇ ଆଣି ପାରିଥିଲା I ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଆସନ କୁ କବ୍ଜା କରିନେଇଥିବାବେଳେ ବିଜେଡି ଆସନ ସଂଖ୍ୟା ୫ ରୁ ୩ କୁ ଖସି ଯାଇଥିଲା I ଏ ପରିକି ରୋହିତ ଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାନେଶ୍ଵର ଜୋନ-୧ ରୁ ଜିତିଥିବା ରାଧେଶ୍ୟାମ ବାରିକ ଙ୍କୁ ବିଜେପି ଜିଲ୍ଲା ପରିଷଦ ସଭ୍ୟ କରିବା,ବିଜେଡି ର କଟା ଘା ରେ ଚୁଁ ଦେଲାଭଳି ହୋଇଥିଲା ଇସେତେବେଳେ ବିଜେପି ର ଏହି ଗୋଟି ଚାଳନା ରୋହିତ ଙ୍କ ରାଜନୈତିକ ପ୍ରତିଷ୍ଠା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲା I ଦୃଷ୍ଟିରୁ ଏ ଥରର ପଞ୍ଚାୟତ ନିର୍ବାଚନ ରୋହିତ ଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି I ଆଉ ଗତ ଭୁଲ ର ପୁନାବୃତି ନ କରିବା ପାଇଁ ବିଜେଡି କାଳ ବାଳ କୌଶଳ ଲଗାଇ ଦେଇଛି I
କ୍ରମାଗତ ୪ ପାଳି ଧରି ବିଧାନ ସଭା ନିର୍ବାଚନ ରେ ବିଜେଡି ଏଠାରେ ସଫଳ ହେଉଥିବା ବେଳେ ,ଗତ ପଂଚାୟତ ନିର୍ବାଚନ ରେ ବିଫଳ ହେବ ଦଳୀୟ ନେତାଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା ଇ ରେଢ଼ାଖୋଲ ବିଧାନ ସଭା କ୍ଷେତ୍ରରେ ପଂଚାୟତ ନିର୍ବାଚନ ଲଢେଇ ବର୍ତ୍ତମାନ ବିଜେଡି ବନାମ ବିଜେପି ହେଉଛି I
ଶାସକ ବିଜେଡି ସରକାରଙ୍କ ଜଣ କଲ୍ୟାଣ ଯୋଜନାକୁ ଅସ୍ତ୍ର କରି ନିର୍ବାଚନ ମୈଦାନ କୁ ଓଲ୍ହାଇ ଥିବାବେଳେ ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପି ଲୋକଙ୍କ ମୌଳିକ ସମସ୍ୟା ର ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଆୟୁଧ କରି ଭୋଟର ଙ୍କ ନିକଟତର ହେଉଛି ଇ ତେବେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ବିଜେଡି ଅଧୀନ ରେ ଥିଲେ ସୁଦ୍ଧା,୨୨ ବର୍ଷ ହେଲା ଅନେକ ଗ୍ରାମ ଅଂଧାରରେ ରହିଛି ଇ ସେହିଭଳି ପାଖାପାଖି ୧୦୦ ଗ୍ରାମର ଗ୍ରାମବାସୀ ଉତ୍କଟ ପାନୀୟ ଜଳାଭାବ ର ଶିକାର ହୋଇ ଆସୁଛନ୍ତି I ଜଳସେଚନ ସୁବିଧା ଅଭାବ ରୁ ଚାଷ ଓ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି I ସରକାରୀ ଦଳ ର ନୀରବତା ସମ୍ପର୍କରେ ବିଜେପି ଘରକୁ ଘର ବୁଲି ଭୋଟର ଙ୍କୁ ସଚେତନ କାରାଉଛି I ଅନ୍ୟପକ୍ଷରେ କ୍ଷମତାସୀନ ବିଜେଡି ବିକାଶ ର କଥା କହି ବିରୋଧୀ ଙ୍କୁ ପ୍ରତିହତ କରିବାକୁ ଚେଷ୍ଟା ଚଲାଇଛି I

ରୋହିତ ପୂଜାରୀ ବିଜେପି ର ଅଭିଯୋଗ କୁ ଖଣ୍ଡନ କରି କହିଛନ୍ତି ଯେ ଦେଶରେ ପ୍ରଥମ କରି ତାଙ୍କ ନିର୍ବାଚନ ମଣ୍ଡଳୀରେ ସୌରଶକ୍ତି ମାଧ୍ୟମ ରେ ଚାଷୀ ଙ୍କ ଖେତକୁ ଜଳଯୋଗାଣ ର ବ୍ୟବସ୍ଥା କରାଯାଇଛି ଇ ଚାଷୀ ଙ୍କ ଫସଲ ସୁରକ୍ଷିତ ରଖିବାକୁ ୫ ଟି ସୌର ଚଳିତ ଶୀତଳ ଭଣ୍ଡାର ପ୍ରସ୍ତୁତ କରାଯାଇଛି ଇ ଏହା ସହିତ ୬୦୦ କୋଟି ଟଙ୍କା ବ୍ୟୟ ରେ ମହା ନଦୀ ରୁ ଜଳ ଯୋଗାଣ ର ବ୍ୟବସ୍ଥା କରାଯାଇଛି ଇ ହାତ ଗଣତି ୪-୫ ଟି ଗାଁ କୁ ଛାଡି ଦେଲେ ଅନ୍ୟ ସମସ୍ତ ଗାଁ ଗୁଡିକୁ ବିଦ୍ୟୁତ ସଂଯୋଗ ର ବ୍ୟବସ୍ଥା କରାଯାଇଛି I ତେଣୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି ର ‘ବିକାଶ ଧାରା’କୁ ପାଥେୟ କରି ଏଠାରେ ନିର୍ବାଚନ ଲଢ଼ୁଛି I ତେଣୁ ଗତ ନିର୍ବାଚନ ର କ୍ଷତି ଭରଣା କରିବାକୁ ବିଜେଡି ସଂକଳ୍ପ ବଦ୍ଧ ବୋଲି ରୋହିତ କହିଛନ୍ତି I

Leave A Reply

Your email address will not be published.