ଲାଲ୍ ବାହିନୀଙ୍କ ବର୍ବର କାଣ୍ଡ,ଜାଳିଦେଲେ ଟିପର

14

ମାଲକାନଗିରି ସୀମାନ୍ତ ବର୍ତ୍ତୀ ଛତିଶଗଡ ନିକଟ ବିଜାପୁର ରେ ମାଓବାଦୀ ମାନେ ପୁଣି ହିଂସାକାଣ୍ଡ ଘଟାଇ ଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଦୁଇଟି ଟିପରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । କାତୁରୁ ଥାନା ଅନ୍ତର୍ଗତ ବରଗାପଡା ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ସକାଳେ ୪୦ରୁ ୫୦ ଜଣ ସଶସ୍ତ୍ର ମାଓବାଦୀ ସେଠାରେ ପହଞ୍ଚି ଗାଡି ଦୁଇଟିରେ ନିଆଁ ଲଗାଇଦେଇଛନ୍ତି ।

ତା ସହିତ ରାସ୍ତା କାମ ବନ୍ଦ କରିବା ଲାଗି ଧମକ ଦେଇଛନ୍ତି । ତେବେ ଏହା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଉନ୍ନୟନ ମୂଳକ କାର୍ଯ କୁ ବିରୋଧ କରିବା ଓ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ମାଓବାଦୀ ମାନେ ଏଭଳି କାଣ୍ଡ ଘଟେଇ ଥିବା ବେଳେ ଏହାପରେ ପୋଲିସ ପକ୍ଷରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଛି ।

Leave A Reply

Your email address will not be published.