ଆରସିବି ବନାମ ଜିଟି: ବାଙ୍ଗାଲୋର ବିପକ୍ଷରେ ଟସ୍ ଜିତି ଗୁଜୁରାଟର,ବ୍ୟାଟିଂ ନିଷ୍ପତି

31

ଆଇପିଏଲ୍ ୨୦୨୨ ର ୬୭ ତମ ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ମୁକାବିଲା କରୁଛି I ତେବେ ପ୍ଳେଅଫ ରେ ଗୁଜରାଟ ନିଜର ସ୍ଥାନ ପକ୍କା କରିସାରିଥିବା ବେଳେ ବେଙ୍ଗାଳୁରୁ ପାଇଁ ଶେଷ ୪ ରେ ପହଂଚିବା ଲାଗି ଏହା ହେଉଛି ଶେଷ ସୁଯୋଗ I ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।
୧୩ ଟି ମ୍ୟାଚରୁ ୧୪ ପଏଣ୍ଟ ସହ RCB ର ଦଳ ବର୍ତ୍ତମାନ ୫ ନମ୍ବରରେ ଅଛି I ଆଜି ଆରସିବି ଏହି ମ୍ୟାଚ୍କୁ ଏକ ବଡ଼ ବ୍ୟବଧାନରେ ଜିତିବାକୁ ପଡିବ କାରଣ ଦିଲ୍ଲୀ କ୍ୟାପିଟାଲ ଠାରୁ ମଧ୍ୟ ଅଧିକ ରନ୍ ହାର ଅଧିକ ରଖିବାକୁ ପଡିବ I କାରଣ ଦିଲ୍ଲୀ କ୍ୟାପିଟାଲସ ସମାନ ୧୪ ପଏଣ୍ଟ ପାଇଥିଲେ ମଧ୍ୟ ରନ ରେଟ୍‌ ଦୃଷ୍ଟିରୁ ଆରସିବି ଠାରୁ ଆଗରେ ରହିଛି। ଅନ୍ୟପକ୍ଷରେ ଗୁଜୁରାଟ ୧୩ ଟି ମ୍ୟାଚରୁ ୨୦ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି I
ଗତ ମ୍ୟାଚ୍‌ରେ ଆରସିବି ପଞ୍ଜାବ କିଙ୍ଗସ ଠାରୁ ହାରି ଯାଇଥିଲେ। କିନ୍ତୁ ଗୁଜରାଟ ପ୍ରତିପକ୍ଷ ଚେନ୍ନାଇ ସୁପର କିଙ୍ଗସକୁ ହରାଇ ୧ନଂ ସ୍ଥାନରେ ନିଜକୁ ଆହୁରି ମଜବୁତ କରିଥିଲା।

ଦୁଇ ଦଳର ପ୍ଲେଇଂ ୧୧ :

ଆରସିବି: ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ (ଗ), ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ଦୀନେଶ କାର୍ତ୍ତିକ (wk), ମହିପାଲ ଲୋମୋର, ଶାହାବାଜ ଅହମ୍ମଦ, ଭାନିନ୍ଦୁ ହସରାଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଜୋଶ ହାଜଲେଉଡ।

ଗୁଜୁରାଟ ଟାଇଟାନ୍ସ: ରିଦ୍ଧିମାନ ସାହା (wk), ଶୁବମାନ ଗିଲ, ମାଥ୍ୟୁ ୱେଡ, ହାର୍ଦ୍ଦିକ ପାଣ୍ଡ୍ୟା (ଗ), ଡେଭିଡ ମିଲର, ରାହୁଲ ତେୱତୀଆ , ରସିଦ ଖାନ, ସାଇ କିଶୋର, ଅଲଜାରି ଜୋସେଫ, ୟଶ ଦିନଲ, ମହମ୍ମଦ ଶାମି I

Comments are closed, but trackbacks and pingbacks are open.