ରେପୋ ରେଟ ହ୍ରାସ କଲା ଆରବିଆଇ

301

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଆଧାର ପଏଣ୍ଟ ହ୍ରାସ କରିବାକୁ ଘୋଷଣା କରିଛି। ଏହା ସହିତ ରେପୋ ରେଟ ବର୍ତ୍ତମାନ 6 ପ୍ରତିଶତକୁ ଖସି ଆସିଛି। 2025 ମସିହାରେ ଦ୍ୱିତୀୟ ଥର ପାଇଁ ଆରବିଆଇ ରେପୋ ରେଟ ହ୍ରାସ କରିଛି। ଏହାପୂର୍ବରୁ ଫେବୃଆରୀରେ ଅନୁଷ୍ଠିତ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି ବୈଠକରେ 25 ଆଧାର ପଏଣ୍ଟ କିମ୍ବା 0.25 ପ୍ରତିଶତ ହ୍ରାସ କରାଯାଇଥିଲା। ଏହି କାରଣରୁ ରେପୋ ରେଟ 6.50 ରୁ 6.25 ପ୍ରତିଶତକୁ ଖସି ଆସିଛି। ଆଜିର ଏହି ହ୍ରାସ ପରେ ଏହା 6 ପ୍ରତିଶତକୁ ଖସି ଆସିଛି।

Comments are closed, but trackbacks and pingbacks are open.