ଏଣିକି ରୂପା ବଦଳରେ ବି ମିଳିବ ଋଣ:RBI

142

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ନେଇଛି ଏକ ବଡ଼ ନିଷ୍ପତ୍ତି । ନିଷ୍ପତ୍ତି ଅନୁଯାୟୀ ସୁନା ପରି ରୂପା ଉପରେ ବି ମିଳିବ ଋଣ । ଆଉ RBI ସୁନା ଓ ରୂପା (ଋଣ) ନିର୍ଦ୍ଦେଶାବଳୀ, ୨୦୨୫ ଜାରି କରିଛି । ଯାହା ୧ ଏପ୍ରିଲ, ୨୦୨୬ରୁ କାର୍ଯ୍ୟକାରୀ ହେବ । ନୂତନ ନିର୍ଦ୍ଦେଶାବଳୀରେ କିଏ ଋଣ ପ୍ରଦାନ କରିବ । କେତେ ରୂପା କିମ୍ବା ସୁନା ବନ୍ଧକ ରଖାଯାଇପାରିବ । ସର୍ବାଧିକ ଋଣ ସୀମା ନିର୍ଦ୍ଦିଷ୍ଟ କରାଯାଇଛି । ଏହି ପଦକ୍ଷେପକୁ ଗ୍ରାମୀଣ ଓ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଭାବରେ ବିବେଚନା କରାଯାଉଛି। ଯେଉଁମାନେ ଏବେ ସେମାନଙ୍କର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କର ରୂପା ବ୍ୟବହାର କରିପାରିବେ। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଣେ ଗ୍ରାହକ ସର୍ବାଧିକ ୧୦ କିଲୋଗ୍ରାମ କିମ୍ବା ସର୍ବନିମ୍ନ ୫୦୦ ଗ୍ରାମ ରୂପା ଅଳଙ୍କାର ପାଇଁ ଋଣ ପାଇପାରିବେ । ଏହି ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ । ଏହି ସୁବିଧା ସମସ୍ତ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ପ୍ରତିଷ୍ଠାନ ବା NBFC ପାଇଁ ଉପଲବ୍ଧ ହେବ । ରୂପା ବିରୁଦ୍ଧରେ ଋଣ ସାତ ବର୍ଷ ମଧ୍ୟରେ ପରିଶୋଧ କରାଯାଇପାରିବ । ସୁଧ ହାର ବ୍ୟାଙ୍କଗୁଡ଼ିକ ଦ୍ୱାରା ନିର୍ଣ୍ଣୟ କରାଯିବ ଏବଂ ବର୍ତ୍ତମାନର ବଜାର ପରିସ୍ଥିତି ଉପରେ ଆଧାରିତ ହେବ ।

Comments are closed, but trackbacks and pingbacks are open.