ରାୟଗଡା ,ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ଆଦିବାସୀ ଭୋଟ

22

ପଞ୍ଚାୟତ ନିର୍ବାଚନ ତାରିଖ ମୁଣ୍ଡ ଉପରେ ପହଂଚିଲାଣି I ବର୍ତ୍ତମାନ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ରାଜନୈତିକ ତାତି ଦଖିବାକୁ ମିଳୁଛି ଇ ବର୍ତ୍ତମାନ ଗାଁ ମୁହଁI ହେଉଛନ୍ତି ମାଳ ମାଳ ନେତା, ହେଉଛି ପ୍ରତିଶୃତି ର ବର୍ଷା I ଶାସକ ଦଳ ପକ୍ଷରୁ ବିକାଶ ର କଥା କହି ତ ବିରୋଧୀ ଦଳ ପକ୍ଷରୁ ସରକାରଙ୍କ ବିଫଳତାକୁ ନେଇ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା ଜାରି ରହିଛି I ଏହାରି ଭିତରେ ରାୟଗଡା ଜିଲ୍ଲାରେ କିଏ ରାଜ କରିବ ତାକୁ ନେଇ ଅଙ୍କକଷା ଆରମ୍ଭ ହେଇ ଯାଇଛି ଇ ଭରର ଙ୍କୁ କିଏ କେତେ ପ୍ରଭାବିତ କରିବ ପ୍ରାଣପଣେ ଚେଷ୍ଟାରେ ଲାଗି ପଡିଛନ୍ତି I
୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଉଭୟ ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ର ହାୱା ଜୋରଦାର ରାୟଗଡ଼ାରେ ବୋହୁଥିଲା ,କିନ୍ତୁ ସର୍ବାଧିକ ଜିଲ୍ଲା ପରିଷଦ ଆସନ ହାତେଇଥିଲା କଂଗ୍ରେସ I ସର୍ବମୋଟ ୨୨ ଟି ଆସନରୁ ୧୧ ଟିରେ ଜିତିଥିଲା କଂଗ୍ରେସ ,ତା’ତଳକୁ ୭ ଟି ଆସନ ବିଜେପି ଖାତାକୁ ଯାଇଥିବାବେଳେ,ମାତ୍ର ୪ ଟିରେ ସନ୍ତୁଷ୍ଟ ହେବାକୁ ପଡିଥିଲା ବିଜେଡି କୁ ଇ କିନ୍ତୁ ବର୍ତ୍ତମାନ ରାଜନୈତିକ ପାଣିପାଗ ସମ୍ପୂର୍ଣ୍ଣ ବଦଳିବାରେ ଲାଗିଛି I KONGRESR ଗୋଷ୍ଠୀ କନ୍ଦଳ ପଦାରେ ପଡିଥିବା ବେଳେ ,ଶାସକ ବିଜେଡି ର ନୂଆ ସମୀକରଣ ପାଣିପାଗକୁ ଉଷ୍ମ କରୁଛି ଇ ସେହିପରି ବିଜେପି କେନ୍ଦ୍ରସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ବିସ୍ତାର କରି ଭୋଟରଙ୍କ ପାଖକୁ ଯାଉଛି I
ରାୟଗଡା ଜିଲ୍ଲାରେ ୧୧ଟି ବ୍ଲକ ରହିଥିବାବେଳେ ୧୮୨ ଟି ପଂଚାୟତ ରେ ସରପଞ୍ଚ ,୧୮୨ ଟି ସମିତି ସଭ୍ୟ,ଓ ୧୦୨୨ ୱାର୍ଡ ସଭ୍ୟ ସିଧାସଳଖ ନିର୍ବାଚିତ ହୋଇଥିଲେ ଇ ତେବେ ୧୧ ଟି ବ୍ଲକ ରେ ଶାସକ ବେଜିଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା I ସେହିପରି ୨୦୧୭ ରେ ପଦ୍ମପୁର ବ୍ଲକ ର (ଖ) ଜୋନ ରୁ କଂଗ୍ରେସ ରୁ ପୁରୁଷୋତ୍ତମ ଗମାଙ୍ଗ ଜିଲ୍ଲା ପରିଷଦ ଅଧକ୍ଷ ହୋଇଥିବାବେଳେ ମୁନିଗୁଡା ଆସନରୁ ବୀଣାପାଣି ସାହୁକାର ଉପାଧ୍ୟକ୍ଷ ହୋଇଥିଲେ ଇ ହେଲେ ୨୦୧୯ ରେ ସଡକ ଦୁର୍ଘଟଣାରେ ପୁରୁଷୋତ୍ତମ ଗମାଙ୍ଗ ଙ୍କ ଦେହାନ୍ତ ହେଇଯିବା ପରେ ୨୦୨୧ ଫେବୃଆରୀ ୨୪ ରେ ଏହି ଆସନ ପାଇଁ ପୁନଃ ଉପ ନିର୍ବାଚନ ହୋଇଥିଲା I ସେତେବେଳେ ଶାସକ ଦଳ ବିଜେଡି ର ପ୍ରାର୍ଥୀ କରୁଣାକର ଶବର ବିଜୟୀ ହୋଇଥିଲେ I କିନ୍ତୁ ବର୍ତ୍ତମାନ ସ୍ଥିତି ଅନେକ ବଦଳି ଯାଇଛି I ଜିଲ୍ଲାରେ ୩ ଟି ନିର୍ବାଚନ ମଣ୍ଡଳୀରୁ ୨ ଜଣ ବିଜେଡି ବିଧାୟକ ଓ ଜଣେ ସ୍ୱାଧୀନ ବିଧାୟକ ରହିଥିବାବେଳେ ବିଜେଡି ଜିଲ୍ଲା ପରିଷଦ ଦାଖଲ କରିବ ବୋଲି,ଜିଲ୍ଲା ବିଜେଡି ଉପସଭାପତି ସୁଧୀର ଦାସ କହିଛନ୍ତି ଏପଟେ ପ୍ରଚାର କ୍ଷେତ୍ରରେ କଂଗ୍ରେସ ମଧ୍ୟ କିଛି କମ ସ୍ଥିତିରେ ନାହିଁ I ପ୍ରଚାରେ ମଙ୍ଗ ଧରିଛନ୍ତି ଖୋଦ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା I କର୍ମୀଙ୍କୁ ସାଥିରେ ଧରି ଗାଁ କୁ ଗାଁ ବୁଲି ଏହି ଦୁଇ ନେତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରାଣ ନୀତି ସମ୍ପର୍କରରେ ବଖାଣୁଛନ୍ତି ଇ ଅନ୍ୟପଟେ ବିଜେପି ପ୍ରଚାର ମୈଦାନ ରେ ଆଗୁଆ ରହିଛି I ଜିଲ୍ଲାରେ ସବୁଠାରୁ ଦୁର୍ବଳ ହୋଇ ରହିଥିବା ବିଜେପି କୁ ଗତ ନିର୍ବାଚନ ରେ ବିପୁଳ ଜଣ ସମର୍ଥନ ମିଳି ୨ୟ ସ୍ଥାନ ଦାଖଲ କରିଥିଲା ଇ ରାୟଗଡା ଜିଲ୍ଲାରେ ମୋଟ ଜନସଂଖ୍ୟା ମଧ୍ୟରୁ ଆଦିବାସୀ ଙ୍କ ସଂଖ୍ୟା ଅଧିକ ରହୁଛି ଇ ତେଣୁ ଏହି ସମ୍ପ୍ରଦାୟ ଯାହାକୁ ଅଧିକ ସମର୍ଥନ କରିବେ ସେହି ଦଳ ହିଁ ଜିଲ୍ଲା ପରିଷଦ ଗଠନ କରିବ ବୋଲି କୁହାଯାଉଛି I

Leave A Reply

Your email address will not be published.