ନୂଆଦିଲ୍ଲୀ: ରବିନ୍ଦର ରାଇନାଙ୍କୁ ଜମ୍ମୁ କାଶ୍ମୀର ବିଜେପି ସଭାପତି ପଦରୁ ହଟାଇ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ସତ ଶର୍ମାଙ୍କୁ ଜମ୍ମୁ କାଶ୍ମୀରର ନୂତନ ବିଜେପି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ରାଇନାଙ୍କୁ ସଭାପତି ପଦରୁ ହଟାଇବା ପରେ ତାଙ୍କୁ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କରାଯାଇଛି। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ ଏହି ଘୋଷଣା କରାଯାଇଛି। ଜମ୍ମୁ କାଶ୍ମୀରରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ବିଜେପି ସତ ଶର୍ମାଙ୍କୁ ଟିକେଟ୍ ଦେଇନଥିଲା। ଏହା ପରେ ତାଙ୍କୁ ରାଜ୍ୟ ୟୁନିଟର କାର୍ଯ୍ୟକାରୀ ସଭାପତି କରାଯାଇଥିଲା। ଏଥର ନୌଶେରା ବିଧାନସଭା ନିର୍ବାଚନରେ ରାଇନାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। ଦୀର୍ଘ ଦିନ ଧରି ରାଜ୍ୟ ସଭାପତି ଥିବା ରାଇନାଙ୍କୁ ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କରାଯାଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ବିଧାନସଭା ନିର୍ବାଚନରେ ବିଜେପି ଏପର୍ଯ୍ୟନ୍ତ ସର୍ବୋତ୍ତମ ପ୍ରଦର୍ଶନ କରିଛି।
Comments are closed, but trackbacks and pingbacks are open.