ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ । ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ତେବେ ଏନେଇ ବରିଷ୍ଠ ବିଜେଡି ନେତ୍ରୀ ତଥା ରବି ନାରାୟଣ ନନ୍ଦଙ୍କ ପତ୍ନୀ ଡ. ଇନ୍ଦିରା ନନ୍ଦ ସୂଚନା ଦେଇଛନ୍ତି । ରବିନାରାୟଣ ନନ୍ଦ ଦକ୍ଷିଣ ଓଡ଼ିଶାର ଜଣେ ଅନ୍ୟତମ ଟାଣୁଆ ନେତା । ସେ ବିଧାୟକ ଭାବରେ ତିନି ଥର ନିର୍ବାଚନରେ ବିଜୟୀ ହୋଇଛନ୍ତି । ଓଡ଼ିଶା ବିଧାନସଭା ନିର୍ବାଚନରେ ଜୟପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ । ୨୦୦୪ରେ ରବି ନନ୍ଦ ଜଳସେଚନ ରାଷ୍ଟ୍ରମନ୍ତ୍ରୀ ଥିଲେ । ସେହିପରି ୨୦୦୯ରେ ସେ ଗଣଶିକ୍ଷାମନ୍ତ୍ରୀ ହୋଇଥିଲେ ।
Comments are closed, but trackbacks and pingbacks are open.