ରବି କାନୁନଗୋଙ୍କ ବିୟୋଗ: ଓଡ଼ିଶାର ସାମ୍ବାଦିକ ଜଗତ ପାଇଁ  ଗଭୀର ଦୁଃଖର ଦିନ

67

ଭୁବନେଶ୍ୱର :ଓଡ଼ିଶାର ଆଗଧାଡିର ସାମ୍ବାଦିକ, ଗାଳ୍ପିକ, ସ୍ତମ୍ଭକାର ତଥା ଦୈନିକ ଖବରକାଗଜ  ସୂର୍ଯ୍ୟପ୍ରଭାର ସମ୍ପାଦକ  ଓ ବିଶିଷ୍ଠ ଶ୍ରମିକ ନେତା ରବି କାନୁନୁଗୋଙ୍କ ବିୟୋଗରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ଅଜି ଭୁବନେଶ୍ୱର ସ୍ଥିତ ବିଶ୍ୱ  ଓଡି଼ଆ ପରିବାର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ଶୋକଭାରେ ବକ୍ତାମାନେ କହିଥିଲେ ଯେ, ଓ଼ଡ଼ିଶାର ସାମ୍ବାଦିକ ଜଗତ ପାଇଁ ଆଜି ଏକ ଗଭୀର ଦୁଃଖର ଦିନ ଅଟେ । ଓଡ଼ିଶାର ସାମ୍ବାଦିକ ଜଗତରେ ରବି କାନୁନଗେ।।ଏକ ପରିଚିତ ଏବଂ ସମ୍ମାନିତ ନାମ । ସେ ତାଙ୍କର ଦୀର୍ଘ ସାମ୍ବାଦିକ ଜୀବନରେ ସତ୍ୟ, ନ୍ୟାୟ ଓ ଜନସେବାକୁ ମୂଳ ଆଦର୍ଶ ଭାବେ ଧରି କାର୍ଯ୍ୟ କରିଥିଲେ । ତାଙ୍କର ଲେଖା ଓ ସମ୍ପାଦନା ପ୍ରସ୍ତୁତିରେ ନିଷ୍ପକ୍ଷତା, ନୀତିନିଷ୍ଠା ଏବଂ ମାଟି ସହିତ ଯୋଡ଼ା ଥିବା ଭାବନା ପ୍ରକାଶ ପାଉଥିଲା । ଜନସାଧାରଣଙ୍କର ସମସ୍ୟାକୁ ଲୋକସମ୍ମୁଖରେ ଆଣିବା ଓ ସତ୍ୟକୁ ଆଲୋକିତ କରିବାରେ ତାଙ୍କର ଅବଦାନ ଅତ୍ୟନ୍ତ ସ୍ମରଣୀୟ । ତାଙ୍କର ଦେହାନ୍ତ ଓଡ଼ିଶା ସାମ୍ବାଦିକ ଓ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଯଦିଓ ଆଜି ଆମ ମଧ୍ୟରେ ନାହାନ୍ତି, କିନ୍ତୁ ତାଙ୍କର କର୍ମ, ମୂଲ୍ୟବୋଧ ଓ ସ୍ମୃତି ସଦା ଅମର ରହିବ । ଶତାଧିକା ଗଳ୍ପର ରଚୟିତା ସ୍ୱର୍ଗତ କାନୁନଗୋଙ୍କ କଲମ ଥମି ଯାଇଛି କିନ୍ତୁ ତାଙ୍କର କଥା ଓ ସେବା ସର୍ବଦା ମନେ ରହିବ ।  ଜନତାର ସ୍ୱର ହୋଇ ରହିବା ତାଙ୍କ ଜୀବନର ଲକ୍ଷ୍ୟ ଥିଲା । ସେ ଥିଲେ ପ୍ରଗତୀଶୀଳ ଚେତନାର ମଣିଷ ।  ଶୋକସନ୍ତପ୍ତ ପରିବାରକୁ ଏହି ଅସହ୍ୟ ଦୁଃଖ ସହିବାର ସାହସ ଦିଅନ୍ତୁ ।  ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶ୍ୱ ଓଡ଼ିଆ ପରିବାର ଅ୍ମକ୍ଷ ସଜ୍ଜନ ଶର୍ମା, ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ, ଭବାନୀ ପ୍ରସାଦ ମିଶ୍ର, ସୁରେଶ କୁମାର ସାହୁ,ସୁଜିତ ଦାସ, ସୁବ୍ରତ କିଶୋର ନାୟକ, ଡକ୍ଟର ହାଡିବନ୍ଧୁ ପାଣିଗ୍ରାହୀ, ଡକ୍ଟର ପ୍ରତାପ ପାଣି, ଦେବାଶିଷ ନାୟକ, ଡ଼ଃ ପ୍ରୀତିପ୍ରତିଭା ଭୋଳ, ସଂଗୀତା ଦାସ  ପ୍ରମୁଖ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ

Comments are closed, but trackbacks and pingbacks are open.