ବାଲେଶ୍ବର ଛାତ୍ରୀ ମୃତ୍ୟୁ ପରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଲାଗୁ କଲା ନୂଆ କଟକଣା

309

ଭୁବନେଶ୍ବର: ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ବର୍ତ୍ତମାନ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ କଲେଜ କର୍ତ୍ତୁପକ୍ଷ ସଜାଗ ହୋଇଉଠିଛନ୍ତି। ସେମାନଙ୍କ ଶିକ୍ଷା ଅନୁଷ୍ଠାନ ଯେପରି ବଦନାମ ନ ହେବ ସେଥିପାଇଁ କଲେଜ କର୍ତ୍ତୁପକ୍ଷ ବିଭିନ୍ନ କଟକଣା ଜାରୀ କରିବାରେ ଲାଗିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡିଶାର ନାମଜାଦା କଲେଜ ବା ବିଶ୍ବବିଦ୍ୟାଳୟ ରେଭେନ୍ସାରେ ନିଆଯାଇଛି ନୂଆ କଟକଣା। ଏହି କଟକଣା ଗତକାଲି ରେଭେନ୍ସା ଆଣ୍ଟି ରାଗିଂ କମିଟିର ବୈଠକରେ ନିଷ୍ପତି ନିଆଯାଇଛି। ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାର୍ଡ, ଆଣ୍ଟି ରାଗିଂ ସେଲ୍‌ ରହିବ। ଏଥିସହିତ ଏଣିକି ମହିଳା କର୍ମଚାରୀ ବା ଗବେଷଣା ଛାତ୍ରୀ ଅପରାହ୍ନ ସାଢ଼େ ୫ଟା ପରେ ରହିବେ ନାହିଁ। ଯଦି କୌଣସି ଜରୁରୀ କାମ ରହିଛି ତେବେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଅନୁମତି ନେବାକୁ ପଡିବ ବୋଲି କୁହାଯାଇଛି। ରେଭେନ୍ସାର ଏପରି ନିଷ୍ପତି ପରେ ରାଜ୍ୟର ଅନ୍ୟ ବିଶ୍ବବିଦ୍ୟାଳୟରେ ମଧ୍ୟ ସେହିପରି କଟକଣା ଲାଗୁ ପାଇଁ ଚିନ୍ତା କରୁଛନ୍ତି।

Comments are closed, but trackbacks and pingbacks are open.