ପାଖେଇ ଆସୁଛି ରଥଯାତ୍ରା : ପୁରୀରେ ସ୍ଥିତି ସମୀକ୍ଷା କଲେ ଆଇଜି ଓ ଡିଆଇଜି

29

ପାଖେଇ ଆସୁଛି ମହାପ୍ରଭୁ ଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।କୋଭିଡ଼ ଲାଗି ୨ ବର୍ଷ ପରେ ଦର୍ଶକଙ୍କ ଗ୍ରହଣରେ ହେବାକୁ ଥିବା ରଥଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜୋର ଦାର ପ୍ରସ୍ତୁତି I

ତେବେ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ନେଇ ପୁରୀରେ ଆଇଜି ଓ ଡିଆଇଜିଙ୍କ ସମୀକ୍ଷା ବୈଠକ ବସିଛି। ଏହି ବିଶ୍ୱପ୍ରସିଦ୍ଧ ଯାତ୍ରାରେ କର୍ଡନ ଓ ରଥ ଟଣା ଦାୟିତ୍ୱରେ ଥିବା ଆଇଜି ଏସ ଦେବଦତ୍ତ ସିଂ ଓ ଏସଟିଏଫ ଡିଆଇଜି ଜେ.ଏନ ପଙ୍କଜ ସମୀକ୍ଷା କରିଛନ୍ତି। ସିଂହଦ୍ୱାର ନିକଟରେ ବରିଷ୍ଠ ପୋଲିସ ଅଧିକାରଙ୍କ ସହ ସମୀକ୍ଷା ମଧ୍ୟ କରିଛନ୍ତି।

Comments are closed, but trackbacks and pingbacks are open.