ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ

119

ଭୁବନେଶ୍ଵର : ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠାଇଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ରାସନ କାର୍ଡରେ ଥିବା ସଦସ୍ୟଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ଲୁଚାଇ ପିଡିଏସ ସାମଗ୍ରୀ ଉଠାଇଲେ ଦେଢଗୁଣା ଅର୍ଥ ଆଦାୟ କରାଯିବ। ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ତାରିଖ ପରଠାରୁ ନେଇଥିବା ପିଡିଏସ ସାମଗ୍ରୀର ମୂଲ୍ୟର ଦେଢ଼ଗୁଣ ଅର୍ଥ ପରିବାର ଲୋକଙ୍କ ଠାରୁ ଆଦାୟ କରାଯିବ। ଏଥିପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦାୟ ୨୦୧୬କ ଧାରା ୨୭(୧)ରେ ସଂଶୋଧନ କରାଯାଛି। ଏହାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ସେହିପରି ଅନ୍ତୋଦ୍ୟୋୟ ଅନ୍ନ ଯୋଜନାରେ ହିତାଧିତାରୀଙ୍କୁ ସାମିଲ ପାଇଁ ଆୟ ସୀମା ବଢ଼ିଛି । ପୂର୍ବରୁ ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଟଙ୍କା ଓ ସହରାଞ୍ଚଳରେ ୧୫ ହଜାର ଟଙ୍କା ରୁ ଅଧିକ ଦରମା ପାଉଥିଲେ ଏଥିରୁ ବାଦ ପଡୁଥିଲେ । ସରକାର ଏବେ ଆୟ ମାନଦଣ୍ଡକୁ ବୃଦ୍ଧି କରିଛନ୍ତି । ଗ୍ରାମାଞ୍ଚଳ ପାଇଁ ୧୫ ହଜାର ଓ ସହରାଞ୍ଚଳ ପାଇଁ ଆୟ ସୀମା ୨୦ ହଜାର ରଖାଯାଇଛି ।

Comments are closed, but trackbacks and pingbacks are open.