ରାହୁଲଙ୍କ ଟିପ୍ପଣୀକୁ ରଞ୍ଜିତ ସାବରକର ନିନ୍ଦା

19

ନୂଆଦିଲ୍ଲୀ : ବଢୁଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମସ୍ୟା I ପ୍ରଥମେ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଓ ପରେ ସ୍ୱାଧୀନତା ସଂଗ୍ରାମୀ ଭୀର ସବରକରଙ୍କ ନାଁ ନେଇ ମନ୍ତବ୍ୟ ଦେଇଥିବାରୁ ଦେଇଥିବାରୁ ସାବରକରଙ୍କ ନାତି ରଞ୍ଜିତ ସାବରକର ରାହୁଲଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି I

ରଞ୍ଜିତ ସାବରକର ରାହୁଲଙ୍କୁ ନିନ୍ଦା କରିବା ସହ କହିଛନ୍ତି, ରାହୁଲ କହୁଛନ୍ତି ଯେ ସେ, ସାବରକର ନୁହଁନ୍ତି ଯେ, କାହାକୁ କ୍ଷମା ମାଗିବେ। ମୁଁ ତାଙ୍କୁ ଚ୍ୟାଲେଞ୍ଜ କରୁଛି, ସାବରକର କ୍ଷମା ପ୍ରାର୍ଥନା କରିଥିବା ତଥ୍ୟ ଏବଂ ସାକ୍ଷ୍ୟ ପ୍ରମାଣିତ କରନ୍ତୁ ରାହୁଲ। ଦେଶଭକ୍ତଙ୍କ ନାଁ ରାଜନୀତି ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଅନୁଚିତ ବୋଲି ରଞ୍ଜିତ ସାବରକର କହିଛନ୍ତି। ରଞ୍ଜିତ ସବରକର କହିଛନ୍ତି, ରାହୁଲ ଗାନ୍ଧୀ ପ୍ରମାଣ ଦେବା ଉଚିତ୍ ଯେ ଭୀର ଦାମୋଦର ସବରକର ବ୍ରିଟିଶମାନଙ୍କୁ କ୍ଷମା ମାଗିଛନ୍ତି।

ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଜନୀତିରେ ସବରକରଙ୍କ ନାମ କିପରି ବଦନାମ ହେଉଛି ତାହା ଦେଖିବା ଅତ୍ୟନ୍ତ ଦୁଃଖଦାୟକ। ମହାରାଷ୍ଟ୍ରରେ ମଧ୍ୟ ସବରକାରଙ୍କ ନାମରେ ରାଜନୀତି ଚାଲିଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କ ସ୍ୱାର୍ଥ ପାଇଁ ସବରକର ନାମ ବ୍ୟବହାର କରନ୍ତୁ ନାହିଁ ବୋଲି ରଣଜିତ୍ ସବରକର କହିଛନ୍ତି। କେବଳ ସେତିକି ନୁହେଁ, ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ଘଟଣା ଅନୁସାରେ,ଗତ ମାର୍ଚ୍ଚ ୨୫ ରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଥିଲେ ଯେ ସେ ସରକାରଙ୍କୁ ଭୟ କରିବେ ନାହିଁ, ସରକାର ତାଙ୍କୁ ଭୟଭୀତ କରିପାରିବେ ନାହିଁ। ସୁରଟରେ ଅପରାଧିକ ମାନହାନୀ ମାମଲାରେ ସେ ସରକାରଙ୍କୁ କ୍ଷମା ମାଗି ନାହାଁନ୍ତି କାରଣ ତାଙ୍କ ନାମ ଗାନ୍ଧୀ, ସାବରକର ନୁହେଁ ଏବଂ ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ। ତାଙ୍କର ଏହି ବିବୃତ୍ତିରେ ସାବରକର ନାତି ଦାବି କରିଛନ୍ତି ଯେ ରାଜନୀତିକୁ ଉଜ୍ଜ୍ୱଳ କରିବା ପାଇଁ ଦେଶପ୍ରେମୀଙ୍କ ନାମ ବ୍ୟବହାର କରିବା ଭୁଲ ଏବଂ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

Comments are closed, but trackbacks and pingbacks are open.