ଓଡ଼ିଆ ସିନେ ଜଗତର ବିଶିଷ୍ଟ ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ

127

ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକ ଙ୍କ ପରଲୋକ I ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା I କଟକ ସ୍ଥିିତ ସିଡ଼ିଏ-୯ ନମ୍ବର ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I କିଛି ଦିନ ହେଲା ସେ ଲିଭର ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।
ରଣଜିତ ଏକାଧାରରେ ଜଣ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର ଓ ସଙ୍ଗୀତକାର ମଧ୍ୟ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ‘ଗୋପରେ ବଢୁଛି କଳା କହ୍ନେଇ’ । ତା ସହିତ ସେ ସଂଳାପ ଦେଇଥିବା ଲୋକପ୍ରିୟ ଫିଲ୍ମ ଗୁଡିକ ହେଉଛି ପ୍ରେମୀ ନମ୍ବର ୱାନ୍ , ବର୍ଷା ମାଇଁ ଡାର୍ଲିଂ, ପ୍ରେମ ଋତୁ ଆସିଲାରେ ଓ ଡନ୍ ଇତ୍ୟାଦି । ସେ ବହୁ ଟିଭି ସିରିଏଲ ଓ ନାଟକର ସଂଳାପ ଲେଖକ ଭାବେ ସୁନାମ ପାଇଥିଲେ ରଣଜିତ। ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଛନ୍ତି।

Comments are closed, but trackbacks and pingbacks are open.