ପଦ୍ମ ଧରିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

51

ପଦ୍ମ ଧରିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ଗତ କାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ହେଲେ ସାମିଲ ।

ଗତ କାଲି ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଜେଡି ଛାଡ଼ିଥିଲେ । ସେ ନିଜର ଇସ୍ତଫା ପତ୍ରକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ । ଇସ୍ତଫା ପତ୍ରରେ ଶ୍ରୀ ସାଏ ଉଲ୍ଲେଖ କରିଛନ୍ତି ଯେ, ୨୦୧୯ରେ ବିଜେଡିରୁ ଟିକେଟ୍‌ ଦିଆଯିବା ପରେ ମୁଁ ନିର୍ବାଚନରେ ଜିତିଥିଲି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ମୁଁ ଦଳରେ କାର୍ଯ୍ୟ କରିବାକୁ ଅସମର୍ଥ ଭାବୁଛି ।

Comments are closed, but trackbacks and pingbacks are open.