କୋଲେଷ୍ଟ୍ରଲ ପାଇଁ ରାମବାଣ ମହୌଷଧି ‘ରସୁଣ’

36

ଆଜିକାଲିର ଜୀବନ ଶୈଳୀ ମଣିଷକୁ ରୋଗଗ୍ରସ୍ତ କରାଇ ଦେଉଛି । ବିଶେଷ କରି ହୃଦଘାତ, ମଧୁମେହ. ଉଚ୍ଚରକ୍ତଚାପ ଏହିସବୁ ସମସ୍ୟା ଦେଖିବାକୁ ମିଳୁଛି । ଶରୀରରେ ଯେତେବେଳେ ବ୍ୟାଡ କୋଲେଷ୍ଟ୍ରଲ ବଢିଯାଏ ଏହା ଶିରାପ୍ରସିରାରେ ଜମିବାକୁ ଲାଗେ । ହାର୍ଟ ସମସ୍ୟାର ଗୋଟିଏ ବଡ କାରଣ ହେଛି କୋଲେଷ୍ଟ୍ରଲ । ଏହାଦ୍ୱାରା ହାର୍ଟଆଟାକ ବ୍ଲକେଜ ଓ ହାର୍ଟଆଟାକ ସମସ୍ୟା ମଧ୍ୟ ହୋଇଥାଏ । ଆମେ ଏଥିପାଇଁ ନିଜ ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରି ନିଜକୁ ସୁରକ୍ଷିତ ରଖିପାରିବା । ଆଉ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାକୁ ସବୁଠାରୁ ରାମବାଣ ହେଉଛି ରୋଷେଇ ଘରେ ଥିବା ରସୁଣ, ଏହାକୁ ସିଠିକ୍ ଉପାୟରେ ସେବନ କଲେ ଦିନକୁ କୋଲେଷ୍ଟ୍ରଲ ମାତ୍ରା ତୀବ୍ର ଗତିରେ ହ୍ରାସ ପାଇଥାଏ ବୋଲି ବିଶେଷଜ୍ଞଙ୍କ ମତ ।

ରସୁଣରେ ଏଲେସିନ୍ ଓ ମୈଗନୀ ନାମକ ତତ୍ତ୍ୱ ରହିଥାଏ ଯାହା ଶରୀରରେ ବ୍ୟାଡ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ରସୁଣରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି । ତା ସହ ଆଣ୍ଟି ଭାଇରାଲ,ଆଣ୍ଟି ଫଙ୍ଗାଲ, ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି, ଯାହା କୋଲେଷ୍ଟ୍ରଲ ପାଇଁ ଖୁବ ଉପଯୋଗୀ ।
ରସୁଣରେ ଏଜୋଇନ , ଏଲିନ ଓ ଏଲିସିନ ଭଳି କମ୍ପାଉଣ୍ଡ ରହିଛି । ଏହା ଶରୀର ପାଇଁ ଖୁବ ଉପକାରୀ

ସଠିକ୍ ଉପାୟରେ ରସୁଣର ବ୍ୟବହାର କିପରି କରିବେ :

ଯଦି ଆପଣ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ପାଇଁ ରସୁଣ ସେବନ କରୁଛନ୍ତି ତେବେ ପ୍ରତିଦିନ ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ୧ ରୁ ୩ ପାଖୁଡା ରସୁଣ ଖାଇ ପାରିବେ I ଏପରି ନିୟମିତ କଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥାଏ ।

ନଚେତ୍ ଆପଣ ନିୟମତି ଭାବରେ ମହୁ ସହିତ ରସୁଣକୁ ମିଶାଇ ସେବନ କରିପାରିବେ । ଏହା କୋଲେଷ୍ଟ୍ରଲ ପାଇଁ ଖୁବ ଉପକାରୀ ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ

ରସୁଣ ହାର୍ଟପାଇଁ ବେଶ ଉପକାରୀ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ବ୍ୟାଡ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇ ହାର୍ଟ ସୁରକ୍ଷିତ ହୁଏ ।

ବିଶେଷ କରି ସକାଳେ ଖାଲି ପେଟରେ ରସୁଣ ଖାଇଲେ ଏହି ୯ ଟି ଉପକାର ମିଳିଥାଏ :
ହଜମ ଶକିରେ ବୃଦ୍ଧି,ଶରୀରକୁ ଡିଟକ୍ସାଇଫ୍ କରିଥାଏ ,ମଧୁମେହକୁ ରୋକିବାରେ ସାହାଯ୍ୟ କେରେ ,ଯକ୍ଷ୍ମା ପରି ରୋଗ ଭଲ କରିବାରେ କରେ, ଥଣ୍ଡା,ସର୍ଦୀରୁ ମୁକ୍ତି ଏବଂ ପରିଶେଷରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥଏ I

Comments are closed, but trackbacks and pingbacks are open.