ପରୀକ୍ଷା ଘୁଞ୍ଚାଇବାକୁ ରମାଦେବୀ ଛାତ୍ରୀଙ୍କ ବିକ୍ଷୋଭ

51

ଭୁବନେଶ୍ୱର: +୩ ଦ୍ୱିତୀୟ ବର୍ଷ ପରୀକ୍ଷା ଘୁଂଚାଇବା ଦାବି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ବିଶ୍ୱବିଦ୍ୟାଳୟ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ, ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୁଞ୍ଚାଇଦିଅନ୍ତୁ ବୋଲି ଛାତ୍ରୀମାନେ ଦାବି କରିଛନ୍ତି । ଏହି ଦାବି ନେଇ ଗୁରୁବାର କୁଳପତିଙ୍କ କାର୍ୟ୍ୟାଳୟ ବାହାରେ ଧାରଣା ଦିଆଯାଇଥିବା ବେଳେ ଆଜି ଫାଟକ ସମ୍ମୁଖରେ ଛାତ୍ରୀମାନେ ଧାରଣାରେ ବସିଛନ୍ତି ।

Comments are closed, but trackbacks and pingbacks are open.