ପୁଣି ରାମ ରହିମଙ୍କୁ ମିଳିଲା ୪୦ ଦିନିଆ ପାରୋଲ

136

 ବଳତ୍କାର ଏବଂ ହତ୍ୟା ମାମଲାର ଦୋଷୀ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ୍‌ ସିଂଙ୍କୁ ପୁଣି ୪୦ ଦିନିଆ ପାରୋଲ ଅନୁମତି ଦିଆଯାଇଛି। ପୂର୍ବରୁ ତାଙ୍କୁ ଅକ୍ଟୋବରେ ସମାନ ଦିନର ପାରୋଲ ଦିଆଯାଇଥିଲା। ଏହା ନଭେମ୍ବର ୨୫ରେ ଶେଷ ହୋଇଥିଲା। ୫୬ ଦିନ ପରେ ପୁଣି ଥରେ ତାଙ୍କୁ ପାରୋଲ ମିଳିଛି। ଏହି ଅବଧି ମଧ୍ୟରେ ସେ ଜାନୁୟାରୀ ୨୫ରେ ପୂର୍ବତନ ଡେରାମୁଖ୍ୟ ଶାହା ସତନାମ ସିଂଙ୍କ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି ଜଣାପଡ଼ିଛି।

Comments are closed, but trackbacks and pingbacks are open.