ରାଜ୍ୟସଭା ନିର୍ବାଚନ: ବିଜେପି ବିରୋଧରେ ‘ଘୋଡ଼ା ବେପାର’ ଅଭିଯୋଗ ଆଣିଲେ ନବୀନ

31

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ‘ଘୋଡ଼ା ବେପାର’କୁ ନେଇ ମୁହାଁମୁହିଁ ଶାସକ ଏବଂ ବିରୋଧୀ । ବିସ୍ଫୋରକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେପି ଘୋଡ଼ା ବେପାର କରୁଛି କହିଛନ୍ତି ନବୀନ । ବିଜେପି ପ୍ରାର୍ଥୀଙ୍କ ପକ୍ଷରୁ ବିଜେଡି ବିଧାୟକମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ସେ ।ଯାହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି । ନବୀନଙ୍କ ଅଭିଯୋଗର ପାଲଟା ଜବାବ ଦେଇଛି ଶାସକ ଦଳ ବିଜେପି । ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହାକୁ ଖଣ୍ଡନ କରିବା ସହ ବିରୋଧୀ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ,” ଆମ ଦଳର ବିଧାୟକମାନଙ୍କ ସହ ରାଜ୍ୟସଭା ନିର୍ବାଚନରେ ଭୋଟିଂ ପ୍ରକ୍ରିୟାକୁ ନେଇ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା ହେଲା । ବିଜେପି ଦ୍ୱାରା “ଘୋଡ଼ା ବେପାର” ଚାଲିଛି । ବିଜେପି ପ୍ରାର୍ଥୀମାନେ, ବିଜେଡି ବିଧାୟକମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଅପରାଧ ସଦୃଶ୍ୟ ଅଟେ ।”

Comments are closed, but trackbacks and pingbacks are open.