ଓଡିଶାର ରାଜ୍ୟସଭା ଉପନିର୍ବାଚନ, ଜଣେ ପ୍ରାର୍ଥୀ କିଣିଲେ ନାମାଙ୍କନ ପତ୍ର

71

ଭୁବନେଶ୍ବର: ଓଡିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ୨୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ସରିବା ସହ ୨୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଧାର୍ଯ୍ୟ କରାଯାଇଛି । ତେବେ ରାଜ୍ୟସଭା ନିର୍ବାଚନ ଲଢ଼ିବାପାଇଁ ଆଜି ପ୍ରଥମ ଦିନରେ ନୀଳଗିରି ପଞ୍ଚଲିଙ୍ଗେଶ୍ଵରର ବାବା କମଲେଶ ମହାପ୍ରଭୁ ଗୋଟାଏ ସେଟ୍ ଫର୍ମ କିଣିଛନ୍ତି । ସେ ବିଜେପି ସମର୍ଥନରେ ରାଜ୍ୟସଭାକୁ ଯିବା ପାଇଁ ଦଳସହ ଯୋଗାଯୋଗରେ ଥିବା କହିଛନ୍ତି । ଦଳ ସମର୍ଥନ ନ କଲେ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟସଭା ପାଇଁ ସମର୍ଥନ ମାଗିବେ ବୋଲି କହିଛନ୍ତି । ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ତେବେ ସେପ୍ଟେମ୍ବର ୩ ତାରିଖରେ ଉପନିର୍ବାଚନ ହେବ। ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି ବୋଲି ସହକାରୀ ରିଟର୍ଣ୍ଣିଂ ଅଧିକାରୀ କହିଛନ୍ତି।

Comments are closed, but trackbacks and pingbacks are open.