ରାଜ୍ୟସଭା ପ୍ରାର୍ଥୀ ଘୋଷଣା : ପଶ୍ଚିମ ଓଡିଶାର ନିରଞ୍ଜନ ବିଶି ହେଲେ ନବୀନଙ୍କ ସର୍ପ୍ରାଇଜ କ୍ୟାଣ୍ଡିଡେଟ୍

44

୪ ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣାକରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟସଭା ପ୍ରାର୍ଥୀ ଘୋଷଣାରେ ପଶ୍ଚିମ ଓଡ଼ିଶାର ନିରଞ୍ଜନ ବିଶି ଜଣେ ସର୍ପାଇଜ୍ କ୍ୟାଣ୍ଡିଡେଟ୍ ଭାବେ ଉଭା ହୋଇଛନ୍ତି । ନିରଞ୍ଜନଙ୍କ ନାଁ କେହି ବି ଚିନ୍ତା କରିନଥିଲେ । କିମ୍ବା କେଉଁଠାରେ ଆଲୋଚନା ହୋଇନଥିଲା । କୁହାଯାଉଛି, ଦଳ ଭିତରେ ମଧ୍ୟ ମାତ୍ର କିଛି ଦିନ ଆଗରୁ ତାଙ୍କ ନାଁ ସାମ୍ନାକୁ ଆସିଥିଲା । ମନ୍ତ୍ରୀ ସୁଶାନ୍ତ ସିଂ ତାଙ୍କ ନାଁ ସୁପାରିଶ କରିଥିବା ନିଜେ କହିଛନ୍ତି ନିରଞ୍ଜନ ବିଶି ।
ମାତ୍ର କିଛି ଦିନ ଆଗରୁ ତାଙ୍କ ଦଳରେ ମିଶା ଯାଇଥିଲା । ନିରଞ୍ଜନ ବିଶି ଜଣେ ଆଦିବାସୀ ତଥା ବିଜେଡି ସରକାର ନେତା ଭାବେ ଜଣାଶୁଣା । କିଛି ଦିନ ପୂର୍ବରୁ ବଲାଙ୍ଗିରରେ ଆଦିବାସୀ ବିଦ୍ରୋହକୁ ନେଇ ବିଜେଡି ଚିନ୍ତାରେ ପଡିଥିଲା । ଏସବୁ ଭିତରେ ନିରଞ୍ଜନଙ୍କ ନାଁ ଘୋଷଣା କରାଯାଇଛି । ସେ ସୁବାସ ସିଂଙ୍କ ସ୍ଥାନରେ ରାଜ୍ୟସଭା ଯିବା ପାଇଁ ପ୍ରାର୍ଥୀ ହୋଇଛନ୍ତି । ଏହା ଛଡ଼ା ରାଜ୍ୟସଭା ରେସରେ ସେ ପଶ୍ଚିମ ଓଡ଼ିଶାକୁ ମଧ୍ୟ ପ୍ରତିନିଧିତ୍ୱ କରିବେ ।

Comments are closed, but trackbacks and pingbacks are open.