ରାଜ୍ୟସଭା ଉପନିର୍ବାଚନ: ସୁବାସ ଙ୍କ ଆସନ ରେ ଜିତିଲେ ନିରଞ୍ଜନ ବିଶି

67

ରାଜ୍ୟସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନିଦ୍ୱର୍ନ୍ଦ୍ୱରେ ଜିତିଛନ୍ତି । ରାଜ୍ୟସଭା ଉପନିର୍ବାଚନର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆଜି ଶେଷ ତାରିଖ ରହିଥିଲା । ପୂର୍ବରୁ ବିଜେପି ଓ କଂଗ୍ରେସ ଦଳ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇ ନଥିଲେ । ଫଳରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଫଳରେ ରାଜ୍ୟସଭା ରିଟର୍ଣ୍ଣି ଅଫିସର ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।
ପୂର୍ବରୁ ରାଜ୍ୟସଭାକୁ ବିଜେଡିର ତିନି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ନିର୍ବାଚିତ ହୋଇଥିଲେ । ବିଜେଡିର ସମସ୍ତ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସତ୍ୟପାଠରେ ସେମାନଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତିର ତାଲିକା ଦେଇଥିଲେ । ବିଜେଡିର ଏହି ତିନି ପ୍ରାର୍ଥୀ ୬ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ବେଳେ ଆସନ୍ତା ଜୁଲାଇରୁ ସେମାନଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ।

ତେବେ ତିନି ବିଜେଡି ପ୍ରାର୍ଥୀ ସୁଲତା, ମାନସ ଓ ସସ୍ମିତଙ୍କୁ ରିଟର୍ଣ୍ଣିଂ ଅଫିସର ବିଜୟ ସାର୍ଟିଫିକେଟ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟସଭା ସାଂସଦ ପଦରୁ ସୁବାଷ ସିଂହଙ୍କ ଇସ୍ତଫା ପରେ ଗୋଟିଏ ରାଜ୍ୟସଭା ଆସନ ଖାଲି ହୋଇଥିଲା । ଫଳରେ ଉକ୍ତ ସ୍ଥାନ ପାଇଁ ଉପନିର୍ବାଚନରେ ବିଜେଡି ନିରଞ୍ଜନଙ୍କୁ ପ୍ରାର୍ଥୀ କରିଥିଲା । କଟକ ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହେବା ପରେ ସୁବାଷ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।

Comments are closed, but trackbacks and pingbacks are open.