ରାଜ୍ୟରେ ରହିଛନ୍ତି ୫୦ ହଜାର ଏଡ୍‌ସ ଆକ୍ରାନ୍ତ

174

ଭୁବନେଶ୍ୱର: ଆଜି ଅର୍ଥାତ୍‌ ଡିସେମ୍ବର ୧ରେ ବିଶ୍ବ ଏଡ୍‌ସ ଦିବସ। ଏହି ଅବସରରେ ରାଜ୍ୟରେ ଏଡ୍‌ସ ରୋଗୀଙ୍କୁ ନେଇ ଚିନ୍ତା ଘାରିଛି। ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୨୦ ହଜାର ଏଡ୍‌ସ ରୋଗୀ ଥିବାବେଳେ ସୁବର୍ଣ୍ଣପୁରରେ ସର୍ବନିମ୍ନ ୧୫୦ ଏଡ୍‌ସ ରୋଗୀ ଅଛନ୍ତି। ଆଉ ଏଡ୍‌ସ ରୋଗୀ ମଧ୍ୟ ରାଜ୍ୟରେ ବିଶେଷ ଚିହ୍ନଟ ହେଉନାହାନ୍ତି। ୨୦୩୦ ସୁଦ୍ଧା କେହି ଏଡ୍‌ସ ଆକ୍ରାନ୍ତ ଯେପରି ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହିତ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍‌ଓୟୁ ହେବ। ସାଢ଼େ ୩ କୋଟି ଲୋକଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ। କଶ୍ମୀରରୁ କନ୍ୟାକୁମାରୀ ଯାଏ ୨୭ ହଜାର ହସ୍ପିଟାଲରେ ସ୍ବାସ୍ଥ୍ୟ ସୁବିଧା ରହିବ ବୋଲି ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.