ରାଜନାଥ ସିଂ ଏହି ସିଏମଙ୍କୁ ଧୋନିଙ୍କ ସହ ତୁଳନା କରିଛନ୍ତି, କହିଛନ୍ତି- ମାହିଙ୍କ ଭଳି ବ୍ୟାଟିଂ କରୁଛନ୍ତି

27

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟି -୨୦ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ବ୍ୟାଟିଂ କରୁଛନ୍ତି ଏବଂ ତାଙ୍କୁ ପାଞ୍ଚ ବର୍ଷ ପାଇଁ ‘ଟେଷ୍ଟ ମ୍ୟାଚ୍’ ସୁଯୋଗ ଦିଆଯିବା ଉଚିତ।

ସୂଚନା ଥାଉ କି ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ଆରମ୍ଭରେ ବିଧାନସଭା ନିର୍ବାଚନ ହେବାର ଅଛି। ୨୦୨୨ ରେ ବିଧାନସଭା ନିର୍ବାଚନ ପରେ ପୁଷ୍କର ସିଂହଙ୍କ ପାଇଁ ୫ ବର୍ଷ କାର୍ଯ୍ୟକାଳ ମାଗିଛନ୍ତି। ଏହି ଅବସରରେ ରାଜନାଥ ସିଂହ ଜିଲ୍ଲାରେ ସହିଦ ଙ୍କ ସମ୍ମାନ ଯାତ୍ରା ର ଦ୍ୱିତୀୟ ପର୍ଯ୍ୟ ଆରମ୍ଭ କରିଛନ୍ତି Iସେ ପୁଷ୍କର ସିଂହଙ୍କ ସ୍ୱଳ୍ପ ସମୟର କାର୍ଯ୍ୟକାଳକୁ ଟି-୨୦ ମ୍ୟାଚ ସହ ତୁଳନା କରିଛନ୍ତି। ଏବଂ ତାଙ୍କର ୪ ମାସର କାର୍ଯ୍ୟକାଳକୁ ପ୍ରଶଂସା କରି ମହେନ୍ଦ୍ର ସିଂ ଧୋନି ଙ୍କ ବିସ୍ଫୋରକ ବ୍ୟାଟିଂ ସହିତ ତୁଳନା କରିଛନ୍ତି ।

ରାଜନାଥ ସିଂହ କହିଛନ୍ତି, “ଯେତେବେଳେ ଧାମୀ ଘୋଷଣା କରିଥିଲେ ଯେ ସେ ନିଜ କାର୍ଯ୍ୟକାଳରେ ୪ ମାସରେ ୪୦୦ ନିଷ୍ପତ୍ତି ନେଇଛନ୍ତି ମୁଁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୁଁ ନିଜେ ବି ମୁଖ୍ୟମନ୍ତ୍ରୀ ଥିଲି। ୪ ମାସରେ ୪୦୦ ଫଇସଲା ନିଷ୍ପତି କୌଣସି ସାଧାରଣ କଥା ନୁହେ ”
ରାଜନାଥ ସିଂହ କହିଛନ୍ତି ଧାମୀ ଯୁବ, ବିନମ୍ର ଓ କାର୍ଯ୍ୟ କରୁଥିବା ବ୍ୟକ୍ତି। ସେ ଫଇସଲା ନେବା ଓ ତାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ। ସେ ଶିକ୍ଷକ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ଗ୍ରାମ ପ୍ରଧାନଙ୍କ ଦରମା ବୃଦ୍ଧି କରିଛନ୍ତି ଯାହା ପ୍ରଶଂସନୀୟ ପଦକ୍ଷେପ।

Leave A Reply

Your email address will not be published.