ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂହ

117

ବିଜୟାଦଶମୀ ଅବସରରେ, ପ୍ରତିରକ୍ଷା ମନ୍ତ୍ରୀ ଗୁଜରାଟର କଚ୍ଛରେ ଏକ ଅସ୍ତ୍ର ପୂଜା ଉତ୍ସବରେ ଅଂଶଗ୍ରହଣ କରିଥିଲେ। ତା’ପରେ ସେ ଭାରତୀୟ ସୈନିକମାନଙ୍କୁ ସମ୍ବୋଧିତ କରି କହିଥିଲେ, ଅପରେଶନ ସିନ୍ଦୂର ସମୟରେ, ପାକିସ୍ତାନ ଲେହରୁ ସର୍‌ କ୍ରିକ ଏହି ଅଞ୍ଚଳକୁ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରିବାକୁ ବିଫଳ ହୋଇଥିଲା। ଏହାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ, ଭାରତୀୟ ସୈନିକମାନେ ପାକିସ୍ତାନୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଥିଲେ ଏବଂ ବିଶ୍ୱକୁ ଏକ ବାର୍ତ୍ତା ଦେଇଥିଲେ ଯେ, ଭାରତୀୟ ସୈନିକମାନେ ଯେତେବେଳେ, ଯେକୌଣସି ସ୍ଥାନରେ ଏବଂ ଯେପରି ଚାହିଁବେ ପାକିସ୍ତାନକୁ ଭାରୀ କ୍ଷତି ପହଞ୍ଚାଇ ପାରିବେ।ସେ କହିଛନ୍ତି, ସ୍ବାଧୀନତାର ୭୮ ବର୍ଷ ସତ୍ତ୍ୱେ, ସର୍‌ କ୍ରିକ ଅଞ୍ଚଳରେ ସୀମା ବିବାଦ ଉଠାଯାଉଛି। ଭାରତ ବାରମ୍ବାର ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛି, କିନ୍ତୁ ପାକିସ୍ତାନର ଉଦ୍ଦେଶ୍ୟ ସ୍ପଷ୍ଟ ନୁହେଁ। ସର୍‌ କ୍ରିକ ସଂଲଗ୍ନ ଅଞ୍ଚଳରେ ପାକିସ୍ତାନର ସାମରିକ ଭିତ୍ତିଭୂମିର ସମ୍ପ୍ରତି ପ୍ରସାରଣ ଏହାର ଉଦ୍ଦେଶ୍ୟକୁ ପ୍ରକାଶ କରେ।ରାଜନାଥ ସିଂହ କହିଛନ୍ତି, ଭାରତୀୟ ସେନା ଏବଂ ସୀମା ସୁରକ୍ଷା ବାହିନୀ ଭାରତର ସୀମାକୁ ସତର୍କତାର ସହିତ ଜଗି ରହିଛନ୍ତି। ସର୍‌ କ୍ରିକ ଅଞ୍ଚଳରେ ପାକିସ୍ତାନର ଯେକୌଣସି ଆକ୍ରମଣର ଜବାବ ଦିଆଯିବ ଯାହା ଇତିହାସ ଏବଂ ଭୂଗୋଳ ଉଭୟକୁ ପରିବର୍ତ୍ତନ କରିବ।

Comments are closed, but trackbacks and pingbacks are open.