ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ, ଲକ୍ଷ୍ନୌ ସୁପର ଜାୟଣ୍ଟସକୁ ୩ ରନରେ ଦେଲା ମାତ୍

19

ଆଇପିଏଲର ୨୦ତମ ମ୍ୟାଚ୍‌ରେ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ। ଲକ୍ଷ୍ନୌ ସୁପର ଜାୟଣ୍ଟସକୁ ୩ ରନରେ ହରାଇ ତୃତୀୟ ବିଜୟ ହାସଲ କରିଛି। ଶେଷ ଓଭରରେ ୧୫ ରନ ଦରକାର ଥିବା ବେଳେ ଲକ୍ଷ୍ନୌ ୧୧ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା। ଆଉ ବିଜୟଠୁ ୩ ରନରେ ଦୂରରେ ରହିଗଲା କେଏଲ ରାହୁଲଙ୍କ ନେତୃତ୍ଵାଧୀନ ଲକ୍ଷ୍ନୌ ସୁପର ଜାୟଣ୍ଟସ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ସିମରନ ହେଟମାୟରଙ୍କ ୫୯ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ରହାଇ ୧୬୫ ରନ କରିଥିଲା। ଜବାବରେ ଲକ୍ଷ୍ନୌ ୮ ଓ୍ଵିକେଟ୍ ହରାଇ ୧୬୨ ରନ କରିବାକୁ ସକ୍ଷମ ହୋଇଛି। ମାର୍କସ ଷ୍ଟୋଇନିସ ମାତ୍ର ୧୭ ବଲରୁ ୩୮ ରନ କରିଥିଲେ  ହେଁ ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା। କ୍ଵିଣ୍ଟନ ଡିକକ ୩୯, ଦୀପକା  ହୁଡ୍ଡା ୨୫ ରନ ଏବଂ କୃଣାଲ ପାଣ୍ଡ୍ୟା ୨୨ ରନ କରିଥିଲେ। ୟୁଜବେନ୍ଦ୍ର ଚହଲ ୪ ଓ୍ଵିକେଟ୍ ନେଇ ରାଜସ୍ଥାନ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଏହି ବିଜୟ ସହ ରାଜସ୍ଥାନ ଚାରୋଟି ମ୍ୟାଚରୁ ୩ ବିଜୟ ଏବଂ ୬ ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। ଅନ୍ୟପଟେ ଲକ୍ଷ୍ନୌ ପଞ୍ଚମ ମ୍ୟାଚରୁ ଦ୍ଵିତୀୟ ପରାଜୟ ଭୋଗିଛି।

Comments are closed, but trackbacks and pingbacks are open.