ବିପିଏଲ ପରିବାରଙ୍କ ପାଇଁ ରାଜସ୍ଥାନ ସରକାରଙ୍କ ଘୋଷଣା, ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର

21

ଜୟପୁର: ରାଜ୍ୟରେ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା (ବିପିଏଲ) ତଥା ଉଜ୍ଜ୍ୱଳ ଯୋଜନାରେ ସାମିଲ ଥିବା ଲୋକଙ୍କୁ ଏଣିକି ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସୋମବାର ଘୋଷଣା କରିଛନ୍ତି । ୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି । ଗେହଲଟ୍ କହିଛନ୍ତି ଯେ କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାରେ ପ୍ରତ୍ୟେକ ବିପିଏଲ ପରିବାରକୁ ମାଗଣା ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେଉଛନ୍ତି ସତ । ତେବେ ପରବର୍ତ୍ତୀ ସମୟରେ ୪୦୦ରୁ ୧୦୪୦ ଟଙ୍କା ଦେଇ ସିଲିଣ୍ଡର କିଣିବା କ୍ଷମତା ନଥିବାରୁ ଏହି ପରିବାର ଗ୍ୟାସ୍ ଚୁଲ୍ଲିକୁ ଭୁଲି ପୁଣି କାଠ, କୋଇଲା ଉପରେ ନିର୍ଭର କରୁଛନ୍ତି । ତେଣୁ ବିପିଏଲ ପରିବାରଙ୍କ ଏଭଳି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବର୍ତ୍ତମାନ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ବିପିଏଲ ତାଲିକାଭୁକ୍ତ ପରିବାରକୁ ତାଙ୍କ ସରକାର ବର୍ଷକୁ ୧୨ଟି ସିଲିଣ୍ଡର (ପ୍ରତ୍ୟେକ ସିଲିଣ୍ଡର ୫୦୦ ଟଙ୍କା) ଯୋଗାଇଦେବେ ବୋଲି ଗେହଲଟ୍ କହିଛନ୍ତି ।

Comments are closed, but trackbacks and pingbacks are open.