ଓୱେସୀଙ୍କ ଉପରେ ବର୍ଷିଲେ ରାଜା ସିଂ !

25

ପୁଣି ଚର୍ଚ୍ଚାରେ ରାଜା ସିଂ । ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ବିଜେପିରୁ ନିଲମ୍ବିତ ମଧ୍ୟ କରାଯାଇଛି । ଏବେ ଅସାଦ୍ଦୁଦ୍ଦିନ ଓୱେସୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଓୱେସୀ ହେଉଛନ୍ତି ସବୁଠାରୁ ବଡ ଗୋ ହତ୍ୟାକାରୀ । ସମଗ୍ର ଦେଶରେ ଗୋ’ ହତ୍ୟାକୁ ନିଷିଦ୍ଧ କରିବାକୁ ଆଇନ ଆଣିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଓୱେସୀଙ୍କ ନିର୍ବାଚନମଣ୍ଡଳୀରେ ଅନେକ ବେଆଇନ ଭାବେ କଂସେଇଖାନା ଚାଲିଛି । ଯେଉଁଠି ଅନେକ ଗୋମାତାଙ୍କୁ ହତ୍ୟା କରାଯାଇ ସେମାନଙ୍କ ମାଂଶ ରପ୍ତାନୀ କରାଯାଉଛି ।

ସେ ପ୍ରଶ୍ନ କରିଛନ୍ତି ଯେ, ଓୱେସୀ ଏହି ଗୋ ହତ୍ୟାକାରୀଙ୍କୁ ‘ଦେଶ ଭକ୍ତ’ ବୋଲି କହିବେ କି? ଆଗରୁ ମଧ୍ୟ ସେ ଅନେକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ କେବଳ ଘଣ୍ଟି ବଜାଉଥିବା ହିନ୍ଦୁ ନୁହେଁ ବରଂ ଗଳା କାଟିପାରୁଥିବା ହିନ୍ଦୁ ନିର୍ମାଣ ହେବାର ଆବଶ୍ୟକତା ରହିଛି । ହାଇଦ୍ରାବାଦର ଗୋଶାମହଲ ଆସନରୁ ବିଜେପି ଟିକେଟରେ ବିଧାୟକ ହୋଇଥିବା ଟି ରାଜା ସିଂ କହିଛନ୍ତି ଯେ ଜୋମାଟୋ, ରାପିଡୋ ଟ୍ୟାକ୍ସି, ଓଲା, ଉବରରୁ ହିନ୍ଦୁ ଝିଅମାନଙ୍କ ନାମ ଓ ନମ୍ବର ନିଆଯାଉଛି ।

ଆଉ ଲଭ ଜିହାଦ କରାଯାଉଛି । ପୁଣେରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଦେଶରେ ଲଭ ଜିହାଦ, ବେଆଇନ ଧର୍ମାନ୍ତୀକରଣ, ଗୋହତ୍ୟା ଇତ୍ୟାଦି ମାମଲା ବୃଦ୍ଧି ପାଇଛି । ଏମିତି ବିବାଦୀୟ ବୟାନ ପାଇଁ ଗତ ବର୍ଷ ରାଜା ସିଂଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।

Comments are closed, but trackbacks and pingbacks are open.