ବର୍ଷା କ୍ଷୟକ୍ଷତିର ଆକଳନ ହେବ: ମନ୍ତ୍ରୀ

69

ଭୁବନେଶ୍ୱର: ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର ଆକଳନ ହେବ । କ୍ଷୟକ୍ଷତି ପାଇଁ ମନ୍ତ୍ରୀ ବିଭୂତି ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ଅନେପଟେ ଜିଲ୍ଲାପାଳ ତଥା ଆରସିଡିଙ୍କୁ ମଧ୍ୟ କ୍ଷୟକ୍ଷତିର ତଦାରଖ ଲାଗି ଦାୟିତ୍ୱ ଦିଆଯାଇଛି । କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ ମିଳିବ ଉଚିତ୍ କ୍ଷତିପୂରଣ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ।  ଲଗାଣ ବର୍ଷା ଫଳରେ ବ୍ୟାପକ ମାତ୍ରାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି।  ଆଦିନିଆ ବର୍ଷା ଫଳରେ ଧାନଚାଷ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଲଗାଣ ବର୍ଷା ଯୋଗୁଁଁ ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ବିଲରେ ପାଚିଲା ଧାନ ପଡ଼ିଯିବା ସହିତ ପାଣିରେ ବୁଡି ରହିଛି। ଅମଳ ସମୟରେ ଅଦିନିଆ ବର୍ଷା ତାଙ୍କର ବର୍ଷକର ଆହାର ଉପରେ ପାହାର ଦେଇଛି। ଯଦି ରବିବାରସୁଦ୍ଧା ବର୍ଷା କମେ ତେବେ ଧାନବିଲରୁ ପାଣି ଶୁଖିବା ପାଇଁ ଆଠଦିନ ଲାଗିବ। ଏହି ଆଠଦିନ ମଧ୍ୟରେ ପଡ଼ି ଯାଇଥିବା ପାଚିଲା ଧାନ ଗଜା ହୋଇଯିବାର ସମ୍ଭାବନା ରହିଛି। ଯେଉଁ ଧାନ ଗଜା ହେବନି ସେଗୁଡିକ କଳା ଫିମ୍ପି ମାରିଯିବ, ଫଳରେ ସେ ଧାନକୁ ମଣ୍ଡିରେ ମିଲର ନେବନି। ବର୍ଷ ଯାକର ଆହାର ଏହି ଅଦିନିଆ ବର୍ଷା ଛଡାଇ ନେଲା। 

Comments are closed, but trackbacks and pingbacks are open.