ଅବକାରୀ ବିଭାଗର ଚଢ଼ାଉ,ରନ୍ଧା ଦେଶୀ ମଦ ଜବତ ସହିତ ୨ ଗିରଫ

185

ରାୟଗଡା: ରାୟଗଡା ଜିଲ୍ଲାରେ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶରେ ଅବକାରୀ ବିଭାଗ ଅଧିକାରୀ ଗୁଣପୁର, ପଦ୍ମପୁର ଓ ଗୁଡ଼ାରୀ ବ୍ଲକର ବିଭିନ୍ନ ସ୍ଥାନରେ ଅତର୍କିତ ଚଢାଉ କରିଥିଲେ । ସୁନାରପଲ୍ଲୀ, ବସନ୍ତ ନଗର, ଅନ୍ତରଝୋଲି ଓ କେନ୍ଦୁଗୁଡା ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସ୍ଥାନରେ ପୁଲିସର ସହାୟତାରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧା ମଦ, ମହୁଲ ପୋଚ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରି ୩ ହଜାର କେଜି ମହୁଲ ପୋଚ, ୧ ହଜାର ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ବିଭାଗର ଅତର୍କିତ ଚଢାଉ ଦେଖି ଅନ୍ୟ ଜଣେ ବ୍ୟକ୍ତି ଫେରାର ହୋଇଥିବା ସୂଚନା ମିଳିଛି। ଘଟଣାରେ ପୃଥକ ପୃଥକ ୬ଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ।

Comments are closed, but trackbacks and pingbacks are open.