ଚାଲିଯିବ ରାହୁଲଙ୍କ ସାସଂଦ ପଦ !

29

ସରଗରମ ହେଉଛି ରାଜନୀତି । ଅଡୁଆରେ କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ । ଚାଲି ଯାଇ ପାରେ ରାହୁଲଙ୍କ ସାସଂଦ ପଦ । ମାନହାନି ମାମଲାରେ ରାହୁଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଏହାରି ଭିତରେ ଚାଲି ଯାଇ ପାରେ ରାହୁଲଙ୍କ ସାସଂଦ ପଦ , ତାଙ୍କ ସଂସଦ ପଦ ସଙ୍ଗେ ସଙ୍ଗେ ଯିବ ନାହିଁ , ଉପରେ କୋର୍ଟରେ ଅପିଲ କରିବା ପାଇଁ ତାଙ୍କ ହାତରେ ଏକମାସ ସମୟ ରହିଛି । ରାହୁଲଙ୍କ ଲିଗାଲ ଟିମ୍ ଏ ବାବଦରେ ପଦକ୍ଷପ ନେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସୁରଟ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କଲା ପରେ ତାଙ୍କ ୨ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଏହି ମାମଲାକୁ ଉପର କୋର୍ଟରେ ଅପିଲ କରିବା କୋର୍ଟ ୩୦ ଦିନ ସମୟ ଦେଇଛନ୍ତି । ଲିଲି ଟମାସ ବନାମ କେନ୍ଦ୍ର ସରକାର ମାମଲାର ପୂର୍ବ ନଜିର ଆଧାରରେ ତାଙ୍କର ସାସଂଦ ପଦ ବି ସେତିକି ଦିନ ଯାଏ ଯିବ ନାହିଁ ।

କିନ୍ତୁ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଅନୁସାରେ ଯଦି ଜଣେ ସାସଂଦ ଦୋଷୀ ସାବ୍ୟସ୍ତ ହେଉଛନ୍ତି ତାହା ତାଙ୍କୁ ୨ବର୍ଷର ଜେଲଦଣ୍ଡା ଦେଶ ସହିତ ତେବେ ସେ ତତ୍କାଳତ ସଦସ୍ୟତା ହରାଇବା କଥା । ୨୦୧୩ ମସିହାରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଦେଷୀ ସାସଂଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟଦେଶ ଆଣିଥିଲେ , ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେବା ପରେ ସାସଂଦମାନଙ୍କୁ ତିନି ମାସର ମହଲତ ମିଳିଥାନ୍ତା । ସେତିକି ଦିନ ଯାଏ ତାଙ୍କର ସଦସ୍ୟତା ଯାଇ ନଥାନ୍ତା ଓ ତା ଭିତରେ ସେ ଉପର କୋର୍ଟରେ ଅପିଲ କରିପାରିଥାନ୍ତେ । କିନ୍ତୁ ସେତେବେଲେ ଅତ୍ୟନ୍ତ ନନ୍‌ସେନ୍ସ କହି ଉକ୍ତ ଅଧ୍ୟାଦେଶ କାଗଜକୁ ଚିରିଦେଇଥିଲେ । ଏଭଳି କାଣ୍ଡ ପରେ ଉକ୍ତ ଅଧ୍ୟାଦେଶ କାର୍ଯ୍ୟକାରୀ ହୋଇ ପାରିନଥିଲା ।

ବର୍ତ୍ତମାନ ଯଦି ସେହି ଅଧ୍ୟାଦେଶ ଆଇନରେ ପରିଣତି ହୋଇଥାନ୍ତା ତେବେ ରାହୁଲଙ୍କୁ ୧ ମାସ ବଦଳରେ ୩ ମାସ ମହଲତ ମିଳିଥାନ୍ତା । ତେବେ ସୁରଟ କୋର୍ଟର ଶୁଣାଣି ପରେ ଯଦି ଉପର କୋର୍ଟ ରାହୁଲଙ୍କ ସପକ୍ଷରେ ସ୍ଥଗିତାଦେଶ ରଖନ୍ତି , ତେବେ ରାହୁଲଙ୍କ ସଦସ୍ୟତା ବଳବତ୍ତ ରହପାରେ । ନହେଲେ ଏକମାସ ପରେ ସେ ତାଙ୍କ ସଦସ୍ୟତା ହରାଇବେ ଓ ଜେଲ ଯିବେ । ତେବେ ଆଗକୁ ରାହୁଲଙ୍କର ସ୍ଥିତି କଣ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.