ରାହୁଲଙ୍କୁ ହେଲା ୨ବର୍ଷ ଜେଲ୍

22

ରାହୁଲଙ୍କ ଆଖିରୁ ହଜିଲା ନିଦ ! ଜେଲ୍ ଯିବେ ରାହୁଲ ! ଚାଲି ଯିବ ରାହୁଲଙ୍କ ସାସଂଦ ପଦ ? ପୁଣି ସମସ୍ୟା ଘେରରେ ରାହୁଲ । ୪ବର୍ଷ ତଳର ମାନହାନି ମାମଲାର ହେଲା ଶୁଣାଣି । ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ୨ଦୁଇ ବର୍ଷ ଜେଲର ଦଣ୍ଡା ଦେଶ ଶୁଣାଯାଇଥିଲା ।

ଗୁଜୁରାଟର ସୁରଟ କୋର୍ଟ ଏହି ୪ ବର୍ଷ ତଳର ଏହି ମାମଲାରେ ଶୁଣାଣି ହୋଇଥିଲା । ଏହି ଶୁଣାଣି ବେଳେ ରାହୁଲ ଗାନ୍ଧୀ କୋର୍ଟରେ ଉପସ୍ଥିତ ଥିଲେ । ଗତ ୨୦୧୯ ନିର୍ବାଚନରେ କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ସବୁ ଚୋରଙ୍କର ସରନେମ ମୋଦୀ କାହିଁକି ହୋଇଥାଏ । ଏହି ବୟାନକୁ ନେଇ ସେତେବେଳେ ବିବାଦ ଦେଖିବାକୁ ମିଳିଥିଲା । ରାହୁଲଙ୍କ ଏହି ବୟାନ ପୂରା ମୋଦୀ ସମାଜ ପ୍ରତି ଅପମାନ ବୋଲି ଦର୍ଶାଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦୀ ଏକ ମାନହାନି ମାମଲା ରୁଜୁ କରିଥିଲେ ।

ତେବେ ଜେଲ୍ ହେବାର ଶୁଣାଣି ପରେ ତାଙ୍କୁ ସଙ୍ଗେ ସଙ୍ଗେ ମଧ୍ୟ ଜାମିନ୍ ମିଳିଛି । ତେବେ ଆଗକୁ ଏହାକୁ ନେଇ ରାହୁଲଙ୍କ ସ୍ଥିତି କମ ରହିଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.