ଇ-ମେଲ ଜରିଆରେ ରାହୁଲ ମାଗିଲେ ସମୟ

28

ଗତକାଲି ସକାଳେ ହାଇଡ୍ରାମା ପରେ, ଦିଲ୍ଲୀ ପୁଲିସ ନୋଟିସର ଜବାବ ରଖିଛନ୍ତି ରାହୁଲ ଗାନ୍ଧୀ । ଇ-ମେଲ ଜରିଆରେ ଉତ୍ତର ରଖିଛନ୍ତି ରାହୁଲ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମେଲରେ ରାହୁଲ ଗାନ୍ଧୀ ଲେଖିଛନ୍ତି, ସେ ଜାନୁଆରୀ ୩୦ରେ ଯାହା କହିଥିଲେ, ୪୫ ଦିନ ପରେ ଏହାର ଜବାବ ଏବେ ପୁଲିସ ମାଗୁଛି ।

ଜବାବ ଦେବା ପାଇଁ ତାଙ୍କୁ ୮ରୁ ୧୦ଦିନ ସମୟ ଦିଆଯାଉ । ମେଲ ପାଇବା ପରେ, ଦିଲ୍ଲୀ ପୁଲିସ କହିଛି, ରାହୁଲ ଗାନ୍ଧୀଙ୍କଠାରୁ ପ୍ରାଥମିକ ଉତ୍ତର ମିଳିଛି । କିନ୍ତୁ ସେ କୌଣସି ସୂଚନା ସେୟାର କରି ନାହାନ୍ତି । ଯାହା ତଦନ୍ତକୁ ଆଗକୁ ବଢ଼ାଇବ । ଶ୍ରୀନଗରରେ ଭାରତ ଯୋଡୋ ଯାତ୍ରା ଭାଷଣରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୀଡିତାମାନେ ତାଙ୍କୁ ଭେଟି ଦୁଃଖ ଜଣାଇଥିଲେ ବୋଲି କହିଥିଲେ ରାହୁଲ ।

ଆଉ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଗତକାଲି ସକାଳୁ ରାହୁଲଙ୍କ ବାସଭବନରେ ପହଞ୍ଚିଥିଲା ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ । ଯାହାକୁ ନେଇ ଦେଖିବାକୁ ମିଳିଥିଲା ହାଇଡ୍ରାମା ।

Comments are closed, but trackbacks and pingbacks are open.