ରାହୁଲ-ପ୍ରିୟଙ୍କାଙ୍କ ସ୍ନୋ ଫାଇଟ୍‌

21

ଡିଫରେଣ୍ଟ ଅନ୍ଦାଜରେ ରାହୁଲ ଗାନ୍ଧୀ । କିଛି ଦିନ ହେବ ଭାରତ ଯୋଡ ଯାତ୍ରାରେ ଥିବା ରାହୁଲ ଆଜି ବେଶ ଖୁସି ମିଜାଜରେ ଥିଲେ । କୁନି କୁନି ପିଲାମାନେ ଯେମିତି ଖେଳକୁଦ କରନ୍ତି, ଆଜି ଠିକ ସେମିତି ରାହୁଲଙ୍କୁ ଦେଖିବାକୁ ମିଳିଥିଲା ମଉଜ ମସ୍ତିରେ । ନେତା ହେଲେ ମଧ୍ୟ ସମସ୍ତଙ୍କର ବଚପନା ଯାଇ ନଥାଏ, ଏହି ଭିଜୁଆଲକୁ ଦେଖିଲେ ଆପଣମାନେ ଠିକ ଜାଣି ପାରିବେ ।

ରାହୁଲ ଗାନ୍ଧୀ ବରଫକୁ ନିଜ ପଛ ପଟେ ଲୁଚାଇକି ଆଣୁଛନ୍ତି, ଆଉ ତା ପରେ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ମୁଣ୍ଡରେ ବରଫର ବର୍ଷା କରୁଛନ୍ତି । ତା ପରେ ପ୍ରିୟଙ୍କା ମଧ୍ୟ ରାହୁଲଙ୍କୁ ବରଫ ଫିଙ୍ଗୁଥିବାର ଦେଖିବାକୁ ମିଳୁଛି । ଏହି ସମୟରେ କଂଗ୍ରେସ ନେତାଙ୍କଠାରୁ ଆରମ୍ଭ କରି ତାଙ୍କ ସୁରକ୍ଷାକର୍ମୀମାନେ ହସୁଥିବାର ଦେଖିବାକୁ ମିଳିଛି । କେହି କେହି ମଧ୍ୟ ନିଜ ନିଜ ମୋବାଇଲରେ ଏହାର ଭିଡିଓ ମଧ୍ୟ କରୁଛନ୍ତି ।

ତେବେ ସ୍ନୋ-ଫାଇଟର ଏହି ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି ରାହୁଲ । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ରାହୁଲଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ସହ ମସ୍ତି କରୁଥିଲେ । ତେବେ ସେ ଯାହା ବି ହେଉ ରାହୁଲଙ୍କର ଏହି ଡିଫରେଣ୍ଟ ଅନ୍ଦାଜକୁ ନେଇ ଏବେ ସବୁଆଡେ ବେଶ ଚର୍ଚ୍ଚା ।

Comments are closed, but trackbacks and pingbacks are open.