ସୁପ୍ରିମକୋର୍ଟରେ ଜବାବ ଦାଖଲ କଲେ ରାହୁଲ ଗାନ୍ଧି: ଆସନ୍ତା ୪ରେ ହେବ ଶୁଣାଣି

446

ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାରେ ଆଗତ ଯାଚିକା ଉପରେ ଆସନ୍ତା ୪ ତାରିଖରେ ଶୁଣାଣି କରାଯିବ । ତା’ ପୂର୍ବରୁ ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି । ଏହି ମାମଲା ଏବେ ସେସନ୍ସ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ସେଥିରେ ସଫଳତା ମିଳିବାର ସମ୍ଭାବନା ରହିଛି । ତେଣୁ ତାଙ୍କର ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇବାକୁ ରାହୁଲ ଅପିଲ କରିଛନ୍ତି ।

ରାହୁଲ କହିଛନ୍ତି, ମାନହାନୀ କେସରେ ଅଧିକ ବର୍ଷର ଜେଲଦଣ୍ଡ କାରଣରୁ ତାଙ୍କର ଲୋକସଭାର ସଦସ୍ୟତା ରଦ୍ଦ ହୋଇଯାଇଛି । ଏହି ମାମଲା ଦାୟର କରିଥିବା ପୂର୍ଣ୍ଣେଶ ମୋଦୀ ନିଜେ ମୂଳ ରୂପରେ ମୋଦୀ ସମାଜର ନୁହନ୍ତି । ଏହା ପୂର୍ବରୁ କୌଣସି କେସରେ କେହି ସଜ୍ଜା ପାଇ ନାହାନ୍ତି । କ୍ଷମା ମାଗିବାକୁ ମନା କରିବାକୁ ଗର୍ବୀ କୁହାଯିବା ଅନୁଚିତ ।

ଗତ ଜୁଲାଇ ମାସ ୩୧ ତାରିଖରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଥିଲେ । ସେଥିରେ ସେ ରାହୁଲଙ୍କ ଯାଚିକାକୁ ଖାରଜ କରିବାକୁ ଦାବି କରିଥିଲେ । ରାହୁଲଙ୍କୁ ଆଶ୍ୱସ୍ତି ଦେବାର କୌଣସି ଆଧାର ନାହିଁ । ତାଙ୍କର ଆଚାରଣ ଗର୍ବରେ ଭରି ରହିଛି । ବିନା କାରଣରେ ଗୋଟିଏ ସମ୍ପ୍ରଦାୟକୁ ଅପମାନିତ କରିବା ପରେ ସେ କ୍ଷମା ମାଗିବାକୁ ମନା କରିଥିଲେ ବୋଲି ପୂର୍ଣ୍ଣେଶ ଉଲ୍ଲେଖ କରିଥିଲେ ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଏପ୍ରିଲ ୩ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ‘ସବୁ ଚାରି ଚୋରଙ୍କ ଉପନାମ ମୋଦୀ କାହିଁକି ରହିଛି?’ ତେଣୁ ଏନେଇ ରାହୁଲଙ୍କ ବିରୋଧରେ ପୂର୍ଣ୍ଣେଶ ଅପରାଧିକ ମାନହାନୀ ମାମଲା ଦାୟର କରିଥିଲେ । ଏହି ମାମଲାରେ ସୁରତର ଏକ କୋର୍ଟ ୪ ବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲେ । ଗୁଜରାଟ ହାଇକୋର୍ଟ ଜୁଲାଇ ୭ରେ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ । ଏହାପରେ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ ।

Comments are closed, but trackbacks and pingbacks are open.