ଦ୍ୱେତ ନାଗରିକତା ଥିବା ମାମଲାରେ ରୁଜୁ ହେବ ଏଫଆଇଆର,ବଢିଲା ରାହୁଲଙ୍କ ମୁସ୍କିଲ

147

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱେତ ନାଗରିକତା ମାମଲାରେ ମୁସ୍କିଲ ବଢି ଯାଇଛି । ଆହ୍ଲାବାଦ ହାଇକୋର୍ଟ ଆଜି ରାହୁଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟଙ୍କ ଲଖନଉ ବେଞ୍ଚ ମାମଲା ରୁଜୁ କରିବାକୁ ଏହି ଆଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି, ରାହୁଲଙ୍କ ବିରୋଧରେ ଥିବା ଅଭିଯୋଗର ଯାଞ୍ଚ ହେବା ଉଚିତ୍ । ଉଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କୁ ମାମଲାର ଯାଞ୍ଚ କରିବା କିମ୍ବା କୌଣସି କେନ୍ଦ୍ରୀୟ ଏଜେନ୍ସି ଏହାର ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି । ଋାହୁଲ ଗାନ୍ଧୀଙ୍କ ଉପରେ ଭାରତ ସହିତ ବ୍ରିଟେନ ନାଗରିକତା ରହିଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ଭିଗ୍ନେଶ ଶିଶିର ହାଇକୋର୍ଟରେ ଯାଚିକା ଦାୟର କରିଥିଲେ ଏବଂ ଦାବି କରିଥିଲେ ରାହୁଲଙ୍କ ପାଖରେ ଦୁଇ ଦେଶର ପାସପୋର୍ଟ ଥାଇପାରେ । ଏହା ନିଶ୍ଚିତ ରୂପେ ଭାରତୀୟ ଆଇନର ଉଲ୍ଲଂଘନ । ଏହାକୁ ନେଇ ଦୀର୍ଘ ସମୟ ହେବ ହାଇକୋର୍ଟରେ ଶୁଣାଣି ଚାଲିଥିଲା । କୋର୍ଟ ସରକାରଙ୍କୁ ରେକର୍ଡ ଦାଖଲ କରିବାକୁ କହିଥିଲେ । ଏହା ପୂର୍ବରୁ ଲଖନଉନର ସ୍ୱତନ୍ତ୍ର ଏମପି/ଏମଏଲଏ ଅଦାଲତ ଜାନୁଆରୀ ୨୮ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେବା ଦାବିରେ ଦାଖଲ ଯାଚିକାକୁ ଖାରଜ କରିଥିଲେ । ଏହା ବିରୋଧରେ ଶିଶିର ପୁଣି ଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏମପି/ଏମଏଲଏ ଅଦାଲତ କହିଥିଲେ, ସେ ନାଗରିକତା ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇବାକୁ ସକ୍ଷମ ନୁହନ୍ତି । ତେଣୁ ଉପର ଅଦାଲତ ଯିବାକୁ ପରାମର୍ଶ ଦେଇଥିଲେ ।

Comments are closed, but trackbacks and pingbacks are open.