ରାଘବ ଚଢାଙ୍କ ‘ନିଲମ୍ବନ’ ମାମଲା, ରାଜ୍ୟସଭା ସଚିବାଳୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

215

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବନକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ପିଟିସନର ତର୍ଜମା କରିବାକୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି।

“ନିୟମର ଘୋର ଉଲ୍ଲଙ୍ଘନ, ଅସଦାଚରଣ, ଏକଛାଟିଆ ମନୋଭାବ ଏବଂ ଅବମାନନାମୂଳକ ଆଚରଣ” ପାଇଁ ଚଢାଙ୍କୁ ଅଗଷ୍ଟ ୧୧ରେ ନିଲମ୍ବିତ କରାଯାଇଥିଲା।

ଚଢାଙ୍କ ଓକିଲମାନେ ଯୁକ୍ତି ବାଢ଼ିଛନ୍ତି ଯେ ନିଲମ୍ବନ ବେଆଇନ ଓ ମନମୁଖୀ, ଗୃହର ଜଣେ ସଦସ୍ୟଙ୍କୁ ଗୋଟିଏ ଅଧିବେଶନ ପରେ ନିଲମ୍ବନ କରାଯାଇପାରିବ ନାହିଁ।

ସେମାନେ ଆଶିଷ ଶେଲାର ବନାମ ମହାରାଷ୍ଟ୍ର ରାଜ୍ୟ (୨୦୨୨) ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ ଉଦ୍ଧୃତ କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ଏହି ଘଟଣାକୁ ନେଇ କୌଣସି ‘ବିଶେଷାଧିକାର’ ବିଦ୍ୟମାନ ନାହିଁ ଏବଂ ତେଣୁ ସେଠାରେ “ସ୍ୱାଧିକାରର ଉଲ୍ଲଙ୍ଘନ” ହୋଇପାରିବ ନାହିଁ।

ସୁପ୍ରିମକୋର୍ଟ ରାଜ୍ୟସଭା ସଚିବାଳୟକୁ ନୋଟିସ୍ ଜାରି କରି ଅକ୍ଟୋବର ୩୦ ସୁଦ୍ଧା ଜବାବ ରଖିବାକୁ କହିଛନ୍ତି। ଏହା ସହ ଏହି ମାମଲାରେ ଭାରତର ଆଟର୍ଣ୍ଣି ଜେନେରାଲଙ୍କ ସହାୟତା ମଧ୍ୟ ଲୋଡିଛନ୍ତି।

Comments are closed, but trackbacks and pingbacks are open.