ବିଜେବି କଲେଜ ରେ ପୁଣି ରାଗିଂ, ସୁପର ସିନିୟରଙ୍କ ନାଁରେ ଆଣିଲେ ଅଭିଯୋଗ ଛାତ୍ର

20

ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ ହୋଇଛି । ଆମ୍ବେଦକର ଛାତ୍ରାବାସରେ ଜଣେ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଙ୍କୁ ରାଗିଂ ହୋଇଛି । +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ରୁଦ୍ରନାରାୟଣ ପାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏକାଧିକ ସିନିୟର ଓ କିଛି ଅଣଛାତ୍ର ତାଙ୍କୁ ନିର୍ଯାତନା ଦେବା ସହ ପିଟିଥିବା ଅଭିଯୋଗ କରିଛନ୍ତି। ନିର୍ଯାତନାରେ ଶିକାର ହୋଇଥିବା ରୁଦ୍ର ଓ ତାଙ୍କ ଅଭିଭାବକ ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି।
ପୂର୍ବରୁ ଛାତ୍ରୀ ରୁଚିକା ମହାନ୍ତି ରାଗିଂ ଜନିତ ଆତ୍ମହତ୍ୟା ମାମଲା ର ନିଆଁ ଏ ପର୍ଯ୍ୟନ୍ତ ଲିଭି ନ ଥିବାବେଳେ ପୁଣି ଆଉ ଏକ ରାଗିଂର ଅଭିଯୋଗ ସାମ୍ନାକୁ ଆସିଛି ।

Comments are closed, but trackbacks and pingbacks are open.