ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ସୁରକ୍ଷା କୁ ନେଇ ପୁରୀରେ ଆରଏଏଫର ମକଡ଼୍ରିଲ

55

ଆସନ୍ତା ଜୁଲାଇ ୧ ରେ ପୁରୀ ରେ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା I ରଥଯାତ୍ରା ସମୟରେ ସୁରକ୍ଷା ନେଇ ଆରଏଏଫ ତଥା ରାପିଡ଼ ଆକ୍ସନ୍ ଫୋର୍ସର ମକଡ଼୍ରିଲ କରାଯାଉଛି । ରଥଯାତ୍ରାରେ ନିୟୋଜିତ ହେବେ ୨ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ । ଏଥିରେ ୨୪୦ ଜଣ ଯବାନ ରହିବେ । ବଜ୍ରଯାନ ସହ ମକଡ଼୍ରିଲ କରାଯାଉଛିି । ଏଥିରେ ପୁରୀ ପୋଲିସ ସାମିଲ ହୋଇଥିବା ବେଳେ ମନ୍ଦିର ସମ୍ମୁଖରେ ମକଡ଼୍ରିଲ କରାଯାଉଛି ।
ସେପଟେ, ମଙ୍ଗଳବାର କାମ ଶେଷ ସୁଦ୍ଧା ତିନି ରଥର ଦଣ୍ଡା ଉଠି ଏଥିରେ ନିରାଡ଼ି, କୋଣଗୁଜ ଆଦି ସଂଯୋଗ କରାଯାଇଛି । ତିନିରଥର ଦଣ୍ଡା ପଡ଼ିଲା ପରେ ତିନିରଥର ‘ଦଣ୍ଡା ଗୋଳେଇ’ କାର୍ଯ୍ୟ ପରେ ଦଣ୍ଡାଗୁଡ଼ିକରେ ଅର୍ଦ୍ଧଚନ୍ଦ୍ରାକାର ଖୋଦେଇ ସାରି ଦଣ୍ଡା ଓ ଅଖକୁ ଖାପରେ ପକାଇ ଦଉଡ଼ିରେ ଟାଣ ଦେଇ ବାନ୍ଧିଥିଲେ । ଏହାପରେ ପଞ୍ଚ ଦଣ୍ଡା ଆଗ ଓ ପଛରେ ମୁହାଣ୍ଟ ସଂଯୋଗ ହୋଇଥିଲା । ଆଗ ମୁହାଣ୍ଟରେ ୫ଟି ସାଲ ଗୁଜ ଓ ପଛ ମୁହାଣ୍ଟରେ ୩ଟି ଜଳଯନ୍ତ୍ର ସହ ଦୁଇଟି ସାଲଗୁଜ ଉଠି ଗୁଜ ଉପରେ ନିରାଡ଼ି ଉଠିଛି ।

Comments are closed, but trackbacks and pingbacks are open.