ରାଧାଷ୍ଟମୀରେ ଘରକୁ ଆସେ ସୁଖ ଓ ସମୃଦ୍ଧି

28

ପବିତ୍ର ରାଧାଷ୍ଟମୀରେ ଜଗତଜନନୀ ରାଧାଙ୍କ ଜନ୍ମଦିନ ପାଳନ କରାଯାଏ । ଏହି ଦିନ ଜଗତଜନନୀ ଶ୍ରୀ ରାଧାଙ୍କ ପାଦ ଦର୍ଶନ କଲେ ଅଶେଷ ପୂଣ୍ୟ ଲାଭ ହୁଏ।  ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଏ । ଏହାର ଠିକ୍ ୧୫ ଦିନ ପରେ ପାଳିତ ହୁଏ ରାଧାଷ୍ଟମୀ । ଏହିଦିନ ରାଧାରାଣୀ ଜନ୍ମଗ୍ରହଣ କରିଥିଲେ । ବିଶେଷକରି ଏହି ପର୍ବକୁ ମଥୁରା, ବୃନ୍ଦାବନରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ସେହିପରି ଏହିଦିନ ଶ୍ରୀକୃଷ୍ଣ ଓ ରାଧାଙ୍କର ପୂଜାର୍ଚ୍ଚନା କରାଯାଏ । ତେବେ ରାଧାଷ୍ଟମୀରେ ରାଧାଙ୍କ ପୂଜା, ବ୍ରତ ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ ।

ଏହିଦିନ ସକାଳୁ ସ୍ନାନ ସାରି ତଥା ଭଲ ବସ୍ତ୍ର ପରିଧାନ କରି ପୂଜା କରାଯାଏ । ପୂଜା ସ୍ଥାନରେ କଳସ ସ୍ଥାପନା କରିବା ଉଚିତ । ନାଲି କପଡ଼ା ଉପରେ ରାଧାରାଣୀଙ୍କ ମୂର୍ତ୍ତି ସ୍ଥାପନ କରାଯାଏ । ଏହା ପରେ ପଂଚାମୃତରେ ରାଧାଙ୍କୁ ସ୍ନାନ କରାଇ ବସ୍ତ୍ର ପିନ୍ଧାବାର ନିୟମ ଅଛି । ତାସହ ଅଳଙ୍କାର ତଥା ଫୁଲରେ ଶୃଙ୍ଗାର ମଧ୍ୟ କରାଯାଏ । ପୂଜାରେ ବିଭିନ୍ନ ପ୍ରକାର ଫଳ,ମିଠା ଆଦି ଭୋଗ କରନ୍ତୁ । ସେହିପରି ଏଥିରେ କେବଳ ରାଧା ନୁହନ୍ତି, ଶ୍ରୀକୃଷ୍ଣଙ୍କୁ ମଧ୍ୟ ଆରାଧନା କରାଯାଏ । ରାଧା-କୃଷ୍ଣଙ୍କ ମନ୍ତ୍ର ଜପ କରିବା ସହ ରାଧାଷ୍ଟମୀ ବ୍ରତ କଥା ଶ୍ରବଣ କରନ୍ତୁ । ଶେଷରେ ରାଧା-କୃଷ୍ଣଙ୍କ ଆରତି କରନ୍ତୁ ।

Comments are closed, but trackbacks and pingbacks are open.