ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା

30

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା I ତାଙ୍କ ନାଁ ଉପରେ ବିଜେପି କେନ୍ଦ୍ରୀୟ କମିଟିର ମୋହର ବାଜିଛି। ପୂର୍ବରୁ ବ୍ରଜରାଜନଗରର ପାଇଁ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା ।

ଖବର ଅନୁଯାୟୀ, ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର କୁମାର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ବିଧାନସଭା ଆସନଟି ଖାଲି ପଡ଼ିଥିବା ବେଳେ ମେ’ ୩୧ରେ ଏଥିପାଇଁ ଭୋଟ୍ ଗ୍ରହଣ କରାଯିବ। ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନରୁ କିଏ ହେବ ପ୍ରାର୍ଥୀ । ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା । ବିଜେଡିରୁ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ଏବେ ବିଜେପିରେ ମଧ୍ୟ ଅନେକ ନାମ ଚର୍ଚ୍ଚା ହେଉଥିଲା । ଶେଷରେ ସବୁ କଳ୍ପନା ଜଳ୍ପନାରେ ଅନ୍ତ ହୋଇଛି । ପୂର୍ବତନ ବିଧାୟିକା ତଥା ବିଜେପିରେ ଜଣାଶୁଣା ମହିଳା ନେତ୍ରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା କରିଛି ଦଳ । ଚଳିତ ଉପନିର୍ବାଚନରେ ରାଧାରାଣୀ ପଣ୍ଡା ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଧାରାଣୀ ପଣ୍ଡା ବ୍ରଜରାଜନଗର ଆସନରୁ ବିଜେପି ଟିକେଟ୍‌ରେ ୨୦୧୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା। ତେବେ ରାଧାରାଣୀ ପଣ୍ଡା ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଠାରୁ ହାରି ଯାଇଥିଲେ। ଏବେ ପୁଣି ଥରେ ସେହି ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ରାଧାରାଣୀ ପଣ୍ଡା ।

Comments are closed, but trackbacks and pingbacks are open.