ଟ୍ରେଡ଼ ୟୁନିଅନ ପକ୍ଷରୁ ୨ ଦିନିଆ ଭାରତ ବନ୍ଦ ଡାକରା : ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ,ଫସି ରହିଲା ଆମ୍ବୁଲାନ୍ସ

22

ଟ୍ରେଡ଼ ୟୁନିଅନ ପକ୍ଷରୁ ୧୨ ଦଫା ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି Iଭାରତ ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି । ଆଜି ସକାଳ ରୁ ଭୁବନେଶ୍ୱର ରେଲୱେ ଷ୍ଟେସନ ରେ ରେଳ ରୋକ ଠାରୁ ଆରମ୍ଭ କରି ଅନେକ ସ୍ଥାନରେ ଭାରତ ବନ୍ଦ ପାଳନ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ପିକେଟିଂ ଯୋଗୁ ଜୟଦେବ ବିହାର ବାଣୀବିହାର ଓଭରବ୍ରିଜ୍‌ ଉପରେ ଗାଡ଼ି ଅଟକି ରହିଛି । ଫଳରେ ଯାତ୍ରୀମାନେ ନାହିଁନଥିବାର ହଇରାଣ ହେଉଛନ୍ତି । ଭିଡ଼ ଭିତରେ ଆମ୍ବୁଲାନ୍ସ ଫସିରହିଥିବା ଦେଖିବାକୁ ମିଳିଛି । କିଛି ସମୟ ଯାଏ ଆମ୍ବୁଲାନ୍ସ ଫସିବା ପରେ ହଟ୍ଟହଟା ହୋଇ ରାସ୍ତା ପଛକୁ ଫେରିଛି । ଖାଲି ସେତିକି ନୁ​‌ହେଁ ଭାରତ ବନ୍ଦ ଯୋଗୁ ଭୁବନେଶ୍ବରର ପଟିଆ ଛକରେ ଉତ୍ତେଜନା ଦେଖାଦେଇଛି । ପଟିଆ ଛକରେ ମୋ ବସକୁ ଅଟୋ ଚାଳକ ମାନେ ଅଟକାଇବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ଅଟୋ ଯଦି ନଚାଲିବ ମୋ ବସ୍‌ କାହିଁକି ଚାଲିବ ବୋଲି ଯୁକ୍ତି ଅଟୋ ଚାଳକ ମାନେ ଯୁକ୍ତି ବାଢ଼ିଛନ୍ତି । ତାହା ସହ ଚାଳକ ମାନେ ପେଟ୍ରୋଲ ପମ୍ପ ଖୋଲିବାକୁ ଦାବି କରିଛନ୍ତି । ଅନ୍ୟପଟେ ବଣାଇର ବିଭିନ୍ନ ସ୍ଥାନରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ସେହିପରି ବଲାଙ୍ଗୀରରେ ମଧ୍ୟ ପଡ଼ିଛି ଭାରତ ବନ୍ଦର ବିଶେଷ ପ୍ରଭାବ । ବଲାଙ୍ଗୀର ରେଳ ଷ୍ଟେସନ ସହ ଅନ୍ୟାନ୍ୟ ରାଜପଥ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ରେଳ ଷ୍ଟେସନରେ ବନ୍ଦ କରିବା ବେଳେ ଘଟଣାସ୍ଥଳରେ ଆନ୍ଦୋଳନକାରୀ ଓ ଆରପିଏଫ୍‌ ମୁହାଁମୁହିଁ ହୋଇଛନ୍ତି I ତେବେ ଟ୍ରେଡ୍ ୟୁନିୟନ ଆନ୍ଦୋଳନକୁ ବ୍ୟାଙ୍କ, ବୀମା, ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ସମର୍ଥନ ଜଣାଇଛନ୍ତି I

ତେବେ ଏହି ଭାରତ ବନ୍ଦରେ ସାମିଲ ହୋଇନାହିଁ ଉତ୍କଳ ପେଟ୍ରୋଲିୟମ ସଂଘ । ଉତ୍କଳ ପେଟ୍ରୋଲିୟମ ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ୍ ଏହି ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.