ରବୀନ୍ଦ୍ର ଜେନାଙ୍କ ବିଜେପି ରେ ଯୋଗଦାନ ପରେ ଇସ୍ତଫା ଦେଲେ ଜୀବନ ପ୍ରଦୀପ

32

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବା ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଶୁକ୍ରବାର ନିଜ ର ଅସନ୍ତୋଷ ପ୍ରକାଶ କରି ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳରେ ନୈତିକତାର ପତ୍ତନ ଘଟିଛି ବୋଲି ସେ କହିଛନ୍ତି l ଏକ ସାମ୍ବାଦିକ ସମ୍ମିଳନୀରେ ଜୀବନ ପ୍ରଦୀପ ନିଜର ଇସ୍ତଫା ଘୋଷଣା କରିଛନ୍ତି । ସେ ରାଜ୍ୟ ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସାଧାରଣ ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ନୀତି ନୈତିକତାରେ ବିଶ୍ୱାସ ରଖୁଥିବା ବିଜେପିରେ ନୈତିକ ପତ୍ତନ ଘଟିଥିବା ସେ କ୍ଷୋଭର ସହ କହିଛନ୍ତି । ଜୀବନ କହିଛନ୍ତି ଯେ ବିଜେପି ସବୁବେଳେ ପଞ୍ଚନିଷ୍ଠା ଉପରେ ଗୁରୁତ୍ୱ ଦେଇଛି । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ‘ମୂଲ୍ୟବୋଧ ଯୁକ୍ତ ରାଜନୀତି’ । କ୍ଷମତାରେ ରହିବା ପାଇଁ ସବୁକିଛି କରିବାରେ ବିଜେପି ବିଶ୍ୱାସ କରେ ନାହିଁ । ଜଣେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଦଳରେ ସାମିଲ କରିବା ପରେ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସିବିଆଇ ଚାର୍ଜସିଟର ଶୁଣାଣି ପୂର୍ବରୁ ସେ ଦଳରେ ଯୋଗ ଦେଇଛନ୍ତି । ଜଣେ ଅଭିଯୁକ୍ତଙ୍କୁ କିପରି ଭାବେ ଗ୍ରହଣ କରାଗଲା ବୋଲି ଜୀବନ ପ୍ରଦୀପ ପ୍ରଶ୍ନ କରିଛନ୍ତି ।

Comments are closed, but trackbacks and pingbacks are open.