ବିରାଟ ରୋହିତଙ୍କୁ ଟପିଲେ କ୍ୱିଣ୍ଟନ ଡି’ କକ

231

ନୂଆଦିଲ୍ଲୀ:କ୍ରିକେଟ ବିଶ୍ୱକପକୁ ନେଇ ସମଗ୍ର ବିଶ୍ୱରେ ଭରପୁର କ୍ରେଜ ଦେଖିବାକୁ ମିଳିଛି । ଚଳିତ ବିଶ୍ୱକପରେ ଭାରତ-ଦକ୍ଷିଣ ଆଫ୍ରିକା ବ୍ୟାଟର ଧୂଆଁଦାର ବ୍ୟାଟିଂ କରିଛନ୍ତି । ନିଜ ଦିନିକିଆ କ୍ୟାରିୟରର ଶେଷ ବିଶ୍ୱକପ ଖେଳୁଥିବା ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର କ୍ୱିଣ୍ଟନ ଡି’କକ ନିଜର ଜଲୱା ଦେଖାଇ ଚାଲିଛନ୍ତି । ବାଂଲାଦେଶ ବିପକ୍ଷରେ ୧୭୪ ରନ୍‌ କରି ରେକର୍ଡ କରିଛନ୍ତି ।

ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଟିମ୍‌ ସବୁଠାରୁ ଅଧିକ ସ୍କୋର ୩୦୦ରୁ ଅଧିକ କରିଛି । ଟିମ୍‌ ଥରେ ୪୦୦, ୩୯୯ ଏବଂ ଥରେ ୩୮୨ ରନ୍‌ କରିଛି । ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୩୮୨ ରନ୍‌ କରିଛି । ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଡି’କକ ଚଳିତ ବିଶ୍ୱକପରେ ନିଜର ତୃତୀୟ ଶତକ ହାସଲ କରିଛନ୍ତି । ଡି’କକ ବିସ୍ଫୋରକ ୧୭୪ ଓ କ୍ଲାସେନଙ୍କ ୯୦ ରନ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୮୨ ରନ କରିଥିଲା ।

ବାଂଲାଦେଶ ବିପକ୍ଷରେ ୧୭୪ ରନ୍‌ ଇନିଂସ ଖେଳିବା ପରେ ବିଶ୍ୱକପ ୨୦୨୩ରେ ସବୁଠାରୁ ଅଧିକ ରନ୍‌ କରିଥିବା ମାମଲାରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ଡି’ କକ । ଶତକୀୟ ଇନିଂସ ବଳରେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । ଡି’ କକ ବିଶ୍ୱକପରେ ୮୧.୪୦ ପ୍ରତିଶତରେ ସବୁଠାରୁ ଅଧିକ ରନ୍‌ ୪୦୭ ରନ୍‌ କରିଛନ୍ତି । ଏଥିରେ ୩୯ ଚଉକା ଏବଂ ୧୫ଟି ଛକା ସାମିଲ ରହିଛି ।

ଚଳିତ ବିଶ୍ୱକପ ଶେଷ ହେବା ପରେ ଡି’କକ ଦିନିକିଆ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ସେ ଭାରତରେ ବିଶ୍ୱକପ ଖେଳୁଥିବା ବେଳେ ପ୍ରଥମେ ଶ୍ରୀଲଙ୍କା ଓ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ । ସେ ୧୦୧ ବଲରେ ବିସ୍ଫୋରକ ବ୍ୟାଟିଂ କରି ୧୭୪ ରନର ଇନିଂସ ଖେଳିଛନ୍ତି ।

Comments are closed, but trackbacks and pingbacks are open.