ରାସନକାର୍ଡକୁ ନେଇ ଗୃହରେ ଉଠିଲା ପ୍ରଶ୍ନ: ବାଦ ପଡିଛନ୍ତି ୮୪, ୭୫୭ ଅଯୋଗ୍ୟ ହିତାଧିକାରୀ

102

ଭୁବନେଶ୍ୱର : ରାଜ୍ୟରେ କେତେ ଭୂତ ରାସନକାର୍ଡ ଚିହ୍ନଟ ହେଲାଣି ବୋଲି ଗୃହରେ ଉଠିଥିଲା ପ୍ରଶ୍ନ । ଏହାର ଉତ୍ତରରେ ତଥ୍ୟ ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର । ତଥ୍ୟ ଅନୁସାରେ, ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ମୋଟ ୨୨ ହଜାର ୨୯୩ ଟି ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ । ଏହାସହ ରାଜ୍ୟରେ ୮୪ ହଜାର ୭୫୭ ଜଣ ହିତାଧିକାରୀ ରାସନ କାର୍ଡ ପାଇବାରୁ ବାଦ୍ ପଡିଛନ୍ତି । କଟକ ଜିଲ୍ଲାରେ ସର୍ବାଧିକ ୨୫୫୪ ରାସନ କାର୍ଡ କଟିଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ୧୦୨ଟି ରାସନ କାର୍ଡ କଟାଯାଇଛି । ସେହିଭଳି ଗଜପତି ଜିଲ୍ଲାରେ ୨୩୨ଟି , ଅନୁଗୁଳ ଜିଲ୍ଲାରେ ୧୧୦୧ଟି ରାସନକାର୍ଡ କଟିଛି । ଗଞ୍ଜାମରେ ୫୫୨, ଜଗତସିଂହପୁରରେ ୪୮୭, ଯାଜପୁରରେ ୬୦୫, ବାଲେଶ୍ଵରରେ ୧୪୩୬, ବରଗଡ଼ରେ ୪୬୮, ଭଦ୍ରକରେ ୫୬୭, ବଲାଙ୍ଗିରରେ ୬୪୫, ଦେବଗଡ଼ରେ ୨୧୦, ଢେଙ୍କାନାଳରେ ୩୮୭ଟି ଅଯୋଗ୍ୟ ରାସନକାର୍ଡକୁ କାଟି ଦିଆଯାଇଛି । ଅନ୍ୟପଟେ ଝାରସୁଗୁଡ଼ାରେ ୩୦୭, କଳାହାଣ୍ଡିରେ ୪୯୪, କନ୍ଧମାଳରେ ୬୫୬, କେନ୍ଦ୍ରାପଡ଼ା ୫୧୭, କେନ୍ଦୁଝରରେ ୭୩୧, ଖୋର୍ଦ୍ଧାରେ ୧୩୪୫, କୋରାପୁଟରେ ୯୦୭ଟି ଅଯୋଗ୍ୟ କାର୍ଡ କଟିଛି । ମାଲକାନଗିରିରେ ୨୯୮ଟି ରାସନକାର୍ଡକୁ ବାଦ୍ ଦିଆ ଯାଇଥିବା ବେଳେ ମୟୂରଭଞ୍ଜରେ ୧୨୮୨, ନବରଙ୍ଗପୁରରେ ୭୮୧, ନୟାଗଡ଼ରେ ୧୬୧୮, ନୂଆପଡ଼ାରେ ୨୮୨, ପୁରୀରେ ୮୭୬, ରାୟଗଡ଼ାରେ ୬୧୬, ସମ୍ବଲପୁରରେ ୯୩୧, ସୋନପୁରରେ ୪୨୬, ସୁନ୍ଦରଗଡ଼ରେ ୯୦୦ଜଣ ଅଯୋଗ୍ୟଙ୍କୁ ବାଦ ଦିଆଯାଇଛି । ସେହିପରି ନୂଆ ସରକାର ଆସିବା ପରେ ଯାଞ୍ଚ କରାଯାଇ ୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରାଯିବା ସହ ସେମାନଙ୍କ କାର୍ଡକୁ ବାତିଲ କରାଯାଇଛି । ଅନ୍ୟପଟେ ହଜାର ହଜାର ପ୍ରକୃତ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ସମସ୍ୟାରେ ସବୁଠୁ ଆଗରେ ଅଛି ଅନୁଗୁଳ ଜିଲ୍ଲା ଯେଉଁଠି ୩ ହଜାର ୯୭୨ ହିତାଧିକାରୀ ରାସନକାର୍ଡରୁ ବଞ୍ଚିତ ହୋଇ ରହିଛନ୍ତି ।

Comments are closed, but trackbacks and pingbacks are open.